ଅନ୍ତର୍ଜାତୀୟଜାତୀୟ

ଭାରରତ ଓ କାନାଡା ମଧ୍ୟରେ ଦେଖା ଦେଇଛି କୂଟନୈତିକ ତିକ୍ତତା, କlହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ତୀବ୍ର ହେଉଛି ଭାରତ କାନାଡା କୂଟନୈତିକ ତିକ୍ତତl । କାନାଡା ବିରୋଧରେ ଭାରତ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କରିବା ପରେ କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଭାରତ । ହେଲେ ଗତ ବର୍ଷ କାନାଡାରେ ଖଲିସ୍ତାନୀ ହରଦୀପ ସିଂହ ନିଜ୍ଜର ହତ୍ୟା ପରେ ଏହି ଘଟଣା ଭାରତର ହାତ ଥିବା ନେଇ କାନାଡା ସରକାରଙ୍କ ଅଭିଯୋଗ ପରେ ଦୁଇ ଦେଶର ସମ୍ପର୍କ ତିକ୍ତ ହୋଇଛି । କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କରିବା ସହ କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଭାରତ । ଆସନ୍ତା ୧୯ ତାରିଖ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଛି ସୂଚନା l

ଏହା ଭିତରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସାମ୍ବାଦିକ ସମ୍ମିଳନୀ କରି ଭାରତ ଉପରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ବିବାଦକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାର କାନାଡାରେ ଅବସ୍ଥାପିତ ହାଇକମିଶନର ସଞ୍ଜୟ କୁମାର ବର୍ମା ଓ ଅନ୍ୟ କୂଟନୀତିକ ଅଧିକାରୀଙ୍କୁ ଫେରାଇ ଆଣିଛନ୍ତି । ଅନ୍ୟପଟେ କାନାଡାରେ ଏହାର ତଦନ୍ତ ଚାଲିଥିବା ବେଳେ ଭାରତୀୟ ହାଇକମିଶନ ଓ ଅନ୍ୟ କୂଟନୀତିକ ଅଧିକାରୀମାନେ ସମ୍ଭବତଃ ହତ୍ୟାକାଣ୍ଡରେ ସାମିଲ ଥିବା କାନାଡା ପକ୍ଷରୁ ଅଭିଯୋଗ ହୋଇଥିଲା । ବାସ ଏହାକୁ ଭାରତ କଡ଼ା ବିରୋଧ କରିଛି ।

ଏହାପୂର୍ବରୁ ଭାରତରେ ଅବସ୍ଥାପିତ କାନାଡାର ଚାର୍ଜ ଡିଆଫାୟାର୍ସକୁ ନୂଆଦିଲ୍ଲୀ ପକ୍ଷରୁ ସମନ କରାଯାଇଥିଲା । ତାଙ୍କୁ ବୈଦେଶିକ ସଚିବ ଡାକିବା ସହ କାନାଡାରେ ଭାରତର ହାଇକମିଶନର ଓ କୂଟନୀତିକ ଅଧିକାରୀଙ୍କୁ ଅଯଥାରେ ବିବାଦ ମଧ୍ୟକୁ ଟାଣିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ । କାନାଡାର କ୍ଷମତାସୀନ ଜଷ୍ଟିନ ଟ୍ରୁଡୋ ସରକାର ବିଦ୍ରୋହୀ ଓ ହିଂସାତ୍ମକ ପରିବେଶକୁ ସୁରକ୍ଷା ଦେବା ଭଳି କାମରେ ଲିପ୍ତ ରହିଛନ୍ତି । ଆମର ବର୍ତ୍ତମାନ କାନାଡାର କ୍ଷମତାସୀନ ସରକାର ଉପରେ କୌଣସି ପ୍ରକାରର ଭରସା ନାହିଁ । ସେମାନେ ଆମ ଅଧିକାରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବେ ବୋଲି କୌଣସି ଗ୍ୟାରେଣ୍ଟୀ ନାହିଁ। ତେଣୁ ଭାରତ ସରକାର କାନାଡାରେ ଥିବା ହାଇକମିଶନ ଓ ଅନ୍ୟ ଅଧିକାରୀମାନଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com