Uncategorizedଜାତୀୟ

ମେଡ୍ ଇନ୍ ଇଣ୍ଡିଆ ଫୋନ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘକୁ ବିଶ୍ୱ ଦୂରସଞ୍ଚାର ମାନକ ସମାବେଶ (ଡବ୍ଲୁଟିଏସଏ) ୨୦୨୪କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ମଧ୍ୟ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ । ୨୦୨୩ ଜି-୨୦ ଅଧ୍ୟକ୍ଷତା ସମୟରେ ଭାରତ ଏହି ପ୍ରସଙ୍ଗ ଉତଥାପନ କରିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ମଙ୍ଗଳବାର ସକାଳେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆନ୍ତର୍ଜାତିକ ଟେଲିକମ୍ୟୁନିକେସନ୍ ୟୁନିୟନ – ୱାର୍ଲ୍ଡ ଟେଲିକମ୍ୟୁନିକେସନ୍ ଷ୍ଟାଣ୍ଡାର୍ଡାଇଜେସନ୍ ଆସେମ୍ବଲି ୨୦୨୪କୁ ଉଦଘାଟନ କରି ଶ୍ରୀ ମୋଦୀ କହିଛନ୍ତି ଯେ ଡବ୍ଲ୍ୟୁଟିଏସ୍ଏ ବିଶ୍ୱସ୍ତରୀୟ ମାନଦଣ୍ଡରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟେଲିକମ୍ ଏବଂ ଆନୁଷଙ୍ଗିକ ଜ୍ଞାନକୌଶଳ ଦୃଷ୍ଟିରୁ ଭାରତ ଆଜି ବିଶ୍ୱର ସବୁଠାରୁ ଗତିଶୀଳ ଦେଶ ମାନଙ୍କ ମଧ୍ୟରୁ ଅନ୍ୟତମ। ଭାରତରେ ୧୨୦ କୋଟି ମୋବାଇଲ ଉପଭୋକ୍ତା, ୯୫ କୋଟି ଇଣ୍ଟରନେଟ୍ ଉପଭୋକ୍ତା ଅଛନ୍ତି ଏବଂ ବିଶ୍ୱର ୪୦ ପ୍ରତିଶତରୁ ଅଧିକ ରିଅଲ୍ ଟାଇମ୍ ଡିଜିଟାଲ୍ କାରବାର ଭାରତରେ ହୋଇଥାଏ। ଦେଶରେ ଡିଜିଟାଲ ଯୋଗାଯୋଗକୁ ଅପହଞ୍ଚ ଅଂଚଳ ପର୍ଯ୍ୟନ୍ତ ପହଞ୍ଚାଇବା କ୍ଷେତ୍ରରେ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଭାରତର ଡିଜିଟାଲ ଭିଜନ ୪ଟି ସ୍ତମ୍ଭ ଉପରେ ଆଧାରିତ ସେଗୁଡିକ ହେଉଛି, ଶସ୍ତା ଯନ୍ତ୍ରାଂଶ, କୋଣ ଅନୁକୋଣରେ ଯୋଗାଯୋଗ, ସୁଲଭ ଡାଟା ଏବଂ ଡିଜିଟାଲ୍- ସେବା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ୫ଜି ବଜାରରେ ପରିଣତ ହୋଇଛି ଏବଂ ସରକାର ବର୍ତ୍ତମାନ ୬ଜି ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ପ୍ରାୟ ପ୍ରତ୍ୟେକ ଜିଲ୍ଲା ଏବେ ୫ଜି ନେଟୱାର୍କ ସହିତ ସଂଯୁକ୍ତ ହୋଇଛି। ଶ୍ରୀ ମୋଦୀ କହିଛନ୍ତି ଯେ ଟେଲିକମ୍ କ୍ଷେତ୍ରରେ ଭାରତ ଆରମ୍ଭ କରିଥିବା ସଂସ୍କାର ଏବଂ ଉଦ୍ଭାବନ ଅକଳ୍ପନୀୟ ଏବଂ ଅଭୂତପୂର୍ବ ।

Related Articles

Back to top button
WP Twitter Auto Publish Powered By : XYZScripts.com