ଓଡ଼ିଶାରାଜନୀତି

ମାଲ୍‌ ପରିବହନକାରୀ ଗାଡ଼ିରେ ଜିପିଏସ୍‌ ଲଗାଯାଉ: ସୋଫିଆ ଫିର୍ଦ୍ଦୋଷ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ-  ମାଲ୍‌ ପରିବହନକାରୀ ଗାଡ଼ିରେ ଜିପିଏସ୍‌ ଲଗାଯାଉ । ସମ୍ଭାବ୍ୟ ବାତ୍ୟାକୁ ନେଇ  ସମୀକ୍ଷା ବୈଠକରେ ଏପରି ଦାବି କରିଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ଡିପରୁ ଡିଲର ପଏଣ୍ଟ ଯାଏ ଗାଡ଼ିରେ ଜିପିଏସ୍‌ ଲାଗି କରିବାକୁ ସେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହିତାଧିକାରୀଙ୍କ ଟିପ ବ୍ୟବସ୍ଥାକୁ ମଧ୍ୟ କୋହଳ କରିବାକୁ ମନ୍ତ୍ରୀଙ୍କୁ ଦାବି କରିଛନ୍ତି ସୋଫିଆ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦେଖି କଳାବଜାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । କୌଣସି ବ୍ୟବସାୟୀ କଳାବଜାରୀ କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ପାଇଁ ବିଭାଗକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆସନ୍ତାକାଲି ବାତ୍ୟା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।

Related Articles

Back to top button
WP Twitter Auto Publish Powered By : XYZScripts.com