ଓଡ଼ିଶା

ବାତ୍ୟା ‘ଦାନା’ ପାଇଁ ହେଲପ ଲାଇନ୍‌ ଜାରି; କେଉଁ ନମ୍ବରରେ କରିବେ କଲ, ଜାଣନ୍ତୁ

ଭୁବନେଶ୍ୱର: ବାତ୍ୟା ‘ଦାନା’ ପାଇଁ ଲୋକମାନେ ଭୟଭୀତ ନହେବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଛି । ତେବେ ଲୋକମାନେ ବାତ୍ୟା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ହେଲପଲାଇନ୍‌‌ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ବିଜେପି ପକ୍ଷରୁ ଏକ ହେଲପ ଲାଇନ ଜାରି କରଛି । ଏହି ହେଲପ ଲାଇନ ନମ୍ବରଟି ହେଲା ୦୬୭୪-୨୩୯୩୯୮୪ ।

ବାତ୍ୟା ସରିବା ପରେ ମଧ୍ୟ ଯେଉଁ ପର୍ଯ୍ୟନ୍ତ ଏହାର ଆବଶ୍ୟକ ଥିବ ଏହି ଏହି ନମ୍ବର କାମ କରିବ । ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ । ସେ ଆହୁରି କହିଛନ୍ତି, ସରକାର ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ସରକାର ଏକ ‘SATRAK app’ କରିଛନ୍ତି । ଯାହା OSDMA ପକ୍ଷରୁ ଏହି ଆପଟିକୁ କରାଯାଇଛି । ଏହି ଆପଟି ODRF, NDRFକୁ ସାହାଯ୍ୟ କରିବ। ବାତ୍ୟାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ କ୍ଷୟ କ୍ଷତି ଅଧିକ ହୋଇପାରେ । ସେହି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ନିରାପଦ ସ୍ଥାନକୁ ପଳାଇ ଆସନ୍ତୁ । ୫୫୦ରୁ ଅଧିକ ବାତ୍ୟା ଆଶ୍ରୟ ସ୍ଥଳୀ କରାଯାଇଛି । ଆହୁରି ବାତ୍ୟା ଆଶ୍ରୟ ସ୍ଥଳୀ କରାଯିବ।

ଆମ ପାଖରେ ସବୁ ଜିନିଷ ପର୍ଯ୍ୟାପ୍ତ ପରିମାଣରେ ରହିଛି । କୌଣସି ଜିନିଷର ଅଭାବ ନାହିଁ । ଏହି ବାତ୍ୟାରେ କାହାର କିଛି କ୍ଷୟକ୍ଷତି ନ ହଉ । ପଶୁଟିଏ ହେଉ ମଧ୍ୟ ତାର ଜୀବନ ନଯାଉ । ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଆସିଛି । ଯାହାକୁ ସମସ୍ତେ ଦୃଢତାର ସହ ସାମ୍ନା କରିବା । ବାତ୍ୟା ପାଇଁ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ। ଲୋକଙ୍କ ସେବା ପାଇଁ ସମସ୍ତ ବିଧାୟକ, ସାଂସଦ ଓ ଦଳୀୟ କାର୍ଯ୍ୟକର୍ତ୍ତା ଦଳ, ମତ ନିର୍ବିଶେଷରେ ଏହି ବିପର୍ଯ୍ୟୟକୁ ମୁକାବିଲା କରିବାକୁ ଆଗେଇ ଆସନ୍ତୁ । ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଅନୁରୋଧ ସମସ୍ତେ ସକ୍ରିୟ ରୁହନ୍ତୁ ।

ନିଜ ନିଜ ଅଞ୍ଚଳରେ ଲୋକଙ୍କ ପାଖରେ ଯାଇ ପହଞ୍ଚନ୍ତୁ । ଏଥିସହ ସବୁ ସାମାଜିକ ସଂଗଠନ ଆଗେଇ ଆସନ୍ତୁ ବୋଲି ରାଜ୍ୟ ସଭାପତି କହିଛନ୍ତି । ଆମେ ବହୁତ ପ୍ରାକୃତିକ ବିପର୍ଯ୍ୟୟ ଦେଖିଛନ୍ତି । ସେଥିପାଇଁ ଲୋକମାନେ ଆତଙ୍କିତ ଓ ଭୟଭୀତ ହୁଅନ୍ତୁ ନାହିଁ । ସମସ୍ତ ଗୁଜବରୁ ଦୂରେଇ ରୁହନ୍ତୁ ବୋଲି ମନମୋହନ କହିଛନ୍ତି ।

ବାଲେଶ୍ୱର ଜିଲା ପାଇଁ ୦୬୭୮୨-୨୬୨୨୮୬, ୦୬୭୮୨-୨୬୧୦୭୭
ମୟୂରଭଞ୍ଜ ଜିଲା ପାଇଁ ୦୬୭୯୨-୨୫୨୭୫୯, ୦୬୭୯୨-୨୫୨୯୪୧
ଭଦ୍ରକ ଜିଲା ପାଇଁ ୦୬୭୮୪-୨୫୧୮୮୧ ନମ୍ବର
ଯାଜପୁର ଜିଲା ପାଇଁ ୦୬୭୨୮-୨୨୨୬୪୮
କେନ୍ଦ୍ରାପଡା ଜିଲା ପାଇଁ ୦୬୭୨୭-୨୩୨୮୦୩
କେନ୍ଦୁଝର ଜିଲା ପାଇଁ ୦୬୭୬୬-୨୫୫୪୩୭
ଜଗତସିଂହପୁର ଜିଲା ପାଇଁ ୦୬୭୨୪-୨୨୦୩୬୮
କଟକ ଜିଲା ପାଇଁ ୦୬୭୧-୨୫୦୭୮୪୨
ଢେଙ୍କାନାଳ ଜିଲା ପାଇଁ ୦୬୭୬୨-୨୨୬୫୦୭, ୦୬୭୬୨-୨୨୧୩୭୬
ଅନୁଗୁଳ ଜିଲା ପାଇଁ ୦୬୭୬୪-୨୩୦୯୮୦
ପୁରୀ ଜିଲା ପାଇଁ ୦୬୭୫୨-୨୨୩୨୩୭
ଖୋଦ୍ଧା ଜିଲା ପାଇଁ ୦୬୭୫୫-୨୨୦୦୦୨
ଗଞ୍ଜାମ ଜିଲା ପାଇଁ ୦୬୮୧୧-୨୬୩୯୭୮
ନୟାଗଡ଼ ଜିଲା ପାଇଁ ୦୬୭୫୩-୨୫୨୯୭୮ ନମ୍ବର ଜାରି କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com