ଓଡ଼ିଶା

ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା ୨୦୨୩ ସ୍ଥଗିତ; ଅଧିକ ସୂଚନା ପାଇଁ ୱେବସାଇଟକୁ ଯିବାକୁ ପରାମର୍ଶ

ଭୁବନେଶ୍ୱର: ବାତ୍ୟା ଦାନା ପାଇଁ ବାତିଲ ହେଲା ଓସିଏସ ପରୀକ୍ଷା । ଏନେଇ ଓଡିଶା ଲୋକ ସେବା ଆୟୋଗ ଦ୍ୱାରା ଆୟୋଜିତ ହେବାକୁ ଥିବା ସାମୁଦ୍ରିକ ଝଡ଼ ‘ଦାନା’କୁ ଦୃଷ୍ଟିରେ ରଖି ଚଳିତ ମାସ ୨୭ ତାରିଖରେ ହେବାକୁ ଥିବା ଓଡିଶା ପ୍ରଶାସନିକ ସେବା – ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା – ୨୦୨୩କୁ ସ୍ଥଗିତ ରଖାଯାଇଛି । ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା-୨୦୨୩ର ପରବର୍ତ୍ତୀ ତାରିଖ ୭ ଦିନ ପରେ ପ୍ରକାଶ ପାଇବ । ଓଡିଶା ଲୋକ ସେବା ଆୟୋଗ – ଓପିଏସସି ପକ୍ଷରୁ ଏହି ଘୋଷଣା କରାଯାଇଛି । ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ http://opsc.gov.in ୱେବସାଇଟକୁ ଯିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ବାତ୍ୟା ଦାନା ଆସନ୍ତାକାଲି ସ୍ଥଳ ଭାଗ ଛୁଇଁବ । ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ ‘ଦାନା’ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ । ତେବେ ୨୫ ତାରିଖରେ ଏହାର ପ୍ରବଳ ପ୍ରଭାବ ରହିବ । ଫଳରେ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଭାଙ୍ଗିଯିବା ସହିତ ଗମନାଗମନ ବାଧାପ୍ରାପ୍ତ ହେବ । ଏପରିକି ଟ୍ରେନ ସେବା ମଧ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଗଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com