Uncategorizedଓଡ଼ିଶା

କ୍ୟାବିନେଟ ୬ଟି ପ୍ରସ୍ତାବକୁ ଅନୁମୋଦନ: ପୁଣି ‘ସୁଭଦ୍ରା’ରେ ଆସିଛି ନୂଆ ସଂଶୋଧନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । କ୍ୟାବିନେଟ ୬ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, କ୍ୟାବିନେଟ ବୈଠକରେ ଓଡିଶା ଜିଏସଟି ଆଇନରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ୩୪ଟି ବିଷୟ ଉପରେ ସଂଶୋଧନ କରାଯାଇଛି । ଏହି ସଂଶୋଧନ କରଦାତାଙ୍କୁ ସୁହାଇବା ବୋଲି ଜଣାପଡିଛି ।

ସେହିପରି ସୁଭଦ୍ରା ଯୋଜନାରେ ସଂଶୋଧନ ପାଇଁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ ବାଦ୍‌ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ପୁଣି ଥରେ ବିଚାର କରାଯିବ । ସୁଭଦ୍ରା ଯୋଜନାରେ ମୋଟ ୧ କୋଟି ୨ ଲକ୍ଷ ଆବେଦନ ମଧ୍ୟରୁ ୬୦ ଲକ୍ଷ ଆବେଦନକାରୀ ଟଙ୍କା ପାଇ ସାରିଥିବା ବେଳେ ୨ ଲକ୍ଷ ୬୭ ହଜାର ଆବେଦନ ପଡି ରହିଛି ।

ସେହିଭଳି ରାଜ୍ୟ ସରକାରଙ୍କ ଜିଏସ୍‌ଟି ଆଇନ୍‌ରେ ୩୪ଟି ବିଷୟରେ ସଂଶୋଧନ କରାଯାଇଛି । ଅନ୍ୟପକ୍ଷରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବା ସହ ୪ ହଜାରରୁ ଊର୍ଦ୍ଧ୍ବ ଧାନ କ୍ରୟ କେନ୍ଦ୍ର ଖୋଲାଯିବା ନେଇ କ୍ୟାବିନେଟରେ ଅନୁମୋଦନ ହୋଇଛି । ଅନ୍ୟ ପକ୍ଷରେ, କୁଇଣ୍ଟାଲ ପିଛା ୩ ହଜାର ୧୦୦ ଟଙ୍କାରେ ଧାନ କିଣାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । ଏହା ଛଡା ରାଜ୍ୟରେ ଧାନ କ୍ରୟ ପାଇଁ ୪ ହଜାରରୁ ଅଧିକ ଧାନ କ୍ରୟ କେନ୍ଦ୍ର ଖୋଲାଯିବ ଓ ସମବାୟ ସମିତି ଜରିଆରେ ଏହା ସ୍ଥାପନ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com