ବାତ୍ୟା ‘ଦାନା’: ଘର ଭାଙ୍ଗିଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ଵ ମନ୍ତ୍ରୀ
ଭୁବନେଶ୍ୱର: ବାତ୍ୟାରେ ଭାଙ୍ଗିଥିବା ଘର ପରିବାରମାନଙ୍କୁ ଦିଆଯିବ ପକ୍କା ଘର । ଏନେଇ ବଡ଼ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ଲାଗି ଶନିବାରଠାରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଶନିବାରଠାରୁ କ୍ଷେତ୍ର କର୍ମଚାରୀମାନେ କ୍ଷୟକ୍ଷତି ଆକଳନ କରିବେ । ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବାକୁ ନିଷ୍ପତ୍ତି ନିଆଯାଇଛି । ରବିବାର ଏରିଅଲ ଭାବେ ପ୍ରାଥମିକ ଆକଳନ କରାଯିବ। ବାତ୍ୟାରେ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲା ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଏନେଇ ମନ୍ତ୍ରୀ କହିଛନ୍ତି, ବାତ୍ୟା ପରବର୍ତ୍ତୀ ଆସନ୍ତାକାଲି ଠାରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବ । କ୍ଷେତ୍ର କର୍ମଚାରୀମାନେ କ୍ଷୟକ୍ଷତି ଆକଳନ କରିବେ। ଆଗାମୀ ୭ ଦିନ ଭିତରେ ବାତ୍ୟାରେ କେତେ କ’ଣ କ୍ଷତି ହୋଇଛି, କେତେ ଫସଲ ଏବଂ ଘର କ୍ଷୟକ୍ଷତି ହୋଇଛି ତାହା ଆକଳନ କରାଯାଇ ରିପୋର୍ଟ ଆସିବ । ଯେଉଁ ପରିବାରଙ୍କ ଘର ବାତ୍ୟାରେ ଭାଙ୍ଗିଥିବା ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି । ରବିବାର ଏରିଅଲ ଭାବେ ପ୍ରାଥମିକ ଆକଳନ କରାଯିବା। ତେବେ ଏହି ବାତ୍ୟା ଦାନା କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାକୁ ବିଶେଷ ପ୍ରଭାବିତ କରିଛି ବୋଲି ମନ୍ତ୍ରୀ କହିଛନ୍ତି ।