ଜାତୀୟରାଜନୀତି

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: କଂଗ୍ରେସର ଦ୍ବିତୀୟ ଲିଷ୍ଟ ଜାରି, କେଉଁ ଆସନରୁ କିଏ ଜାଣନ୍ତୁ

ମୁମ୍ବାଇ: ଅଳ୍ପ ଦିନ ରହିଲା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ l ଏହାରି ମଧ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କର ଦ୍ବିତୀୟ ଲିଷ୍ଟ ଜାରି କରିଛି । ଯେଉଁଥିରେ ୨୩ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ପ୍ରଥମ ଲିଷ୍ଟରେ ୪୮ ଓ ଦ୍ବିତୀୟ ଲିଷ୍ଟରେ ୨୩ ଜଣ ପ୍ରାର୍ଥୀଙ୍କ ସହ କଂଗ୍ରେସ ମୋଟ ୭୧ ନାଁ ଘୋଷଣା କରାଯାଇଥିଲା । କଂଗ୍ରେସ ଜାରି କରିଥିବା ଦ୍ବିତୀୟ ଲିଷ୍ଟରେ ନାଗପୁର ସାଉଥରୁ ଗିରିଶ ପାଣ୍ଡେଙ୍କୁ ଟିକେଟ ଦେଇଛି । ସେଭଳି ମୁମ୍ବାଇର ୩ଟି ଆସନରୁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି । ଏଥିରେ କାନ୍ଦିଭାଲି, ଚାରକୋପ ଓ ସାଇକ କୋଲିଓ୍ବାଡା ରହିଛି ।

କାନ୍ଦିଭାଲି ଇଷ୍ଟରୁ କାଲୁ ବଢେଲିଆଙ୍କୁ ପ୍ରାର୍ଥୀ କରାଯାଇଛି । ସେହିଭଳି ଚାରକୋପରୁ ଯଶଓ୍ବନ୍ତ ଜୟପ୍ରକାଶ ସିଂହଙ୍କୁ ପ୍ରାର୍ଥୀ ଭାବରେ ଚୟନ କରାଯାଇଛି । ଏହାଛଡା ସାଇନ କୋଲିଓ୍ବାଡା ଆସନରୁ ଗଣେଶ କୁମାର ଯାଦବ କଂଗ୍ରେସ ପ୍ରାର୍ଥୀ ଅଛନ୍ତି । ଭୁସାଭଲଙ୍କୁ ରାଜେଶହ ତୁକାରାମ, ଜଲଗାଓଁ(ଜମୋଦ)ରୁ ସ୍ବାତୀ ସନ୍ଦୀପ ଭାକେକର, ଅକୋଟରୁ ମହେଶ ଗନଗନେ, ଓ୍ବର୍ଦ୍ଧାରୁ ଶେଖର ପ୍ରମୋଦବାବୁ ଶିନ୍ଦେ, ସାଭନେର ଅନୁଜା ସୁନୀଲ କେଦାର, କମଠିରୁ ସୁରେଶ ଯାଦଭରାଓ ଭୋୟାର, ଭଣ୍ଡାରା(ଏସସି)ରୁ ପୂଜା ଗଣେଶ ଥାଭକର, ଅର୍ଜୁନୀ ମୋରେଗାଓରୁ ଦଲୀପ ଭାମନ, ଆମଗାଓଁରୁ ରାଜକୁମାର ଲେଟୁଜି ପୁରମ, ରାଲେଗାଓଁରୁ ପ୍ରଫେସର ଭସନ୍ତ ଚିନ୍ଦୁଜୀ, ୟଭତମାଲାରୁ ଅନିଲ ବାଲାସାହେବ ଶଙ୍କରରାଓ ମଙ୍ଗୁଲକର, ଅରନିରୁ ଜୀତେନ୍ଦ୍ର ଶିବାଜୀରାଓ ମୋଘେ, ଉମରଖେଡରୁ ସାହେବରାଓ କାମ୍ବଲେ, ଜାଲନାରୁ କୈଳାଶ କିଶନରାଓ ଗୌରନ୍ତତ୍ୟାଲ ଓ ଔରଙ୍ଗାବାଦ ଇଷ୍ଟରୁ ମଧୁକର କୃଷ୍ଣାରାଓ ଦେଶମୁଖଙ୍କୁ ଟିକେଟ ଦିଆଯାଇଛି ।

ବସଇରୁ ବିଜୟ ଗୋବିନ୍ଦ ପାଟିଲ, ଶ୍ରୀରାମପୁରରୁ ହେମନ୍ତ ଓଗଲେ, ନିଲଙ୍ଗାରୁ ଅଭୟ କୁମାର ସତୀଶରାଓ ସାଲୁଙ୍ଖେ ଓ ଶିରୋଲରୁ ଗଣପତରାଓ ଅପ୍ପା ସାହେବ ପାଟିଲଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଯାଇଛି । ସୂଚନା ମୁତାବକ, ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ୨୦ ନଭେମ୍ବରରେ ମତଦାନ ହେବ । ଏହାପରେ ୨୩ ନଭେମ୍ବରରେ ପଳାଫଳ ଘୋଷିତ କରାଯିବ।ଏମଭିଏରେ ଆସନ ବଣ୍ଟନ ୮୫-୮୫-୮୫ର ଫର୍ମୁଲାରେ ହୋଇଛି । ଅର୍ଥାତ ଉଦ୍ଧବ ଗୋଷ୍ଠୀକୁ ୮୫, ଶରଦଙ୍କ ଗୋଷ୍ଠୀଙ୍କୁ ୮୫ ଏବଂ କଂଗ୍ରେସକୁ ୮୫ ଆସନରେ ପ୍ରାର୍ଥୀ ଓହ୍ଲାଇବାର ଅଛି । ବାକି ଆସନରେ ଏମ୍‌ବିଏର ସହଯୋଗୀ ଦଳ ନିଜ ପ୍ରାର୍ଥୀ ଓହ୍ଲାଇ ପାରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com