ଓଡ଼ିଶା
ବାତ୍ୟା ପରେ ବନ୍ୟା ସ୍ଥିତି ହୋଇନି: ସୁରେଶ ପୂଜାରୀ
ଭୁବନେଶ୍ୱର: ବାତ୍ୟା ପରେ ରାଜ୍ୟରେ ବନ୍ୟା ସ୍ଥିତି ହୋଇନି ବୋଲି ରାଜସ୍ବ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସୂଚନା ଦେଇଛନ୍ତି । କିଛି କିଛି ଅଞ୍ଚଳରେ ପାଣି ଜମିଥିବା ଖବର ଆସିଛି । ବର୍ଷା ଯୋଗୁ ବୁଢ଼ାବଳଙ୍ଗରେ ପାଣି ବଢ଼ିଛି କିନ୍ତୁ ବିପଦ ସଂକେତ ଟପିନି । ସରକାର ପୁରା ସ୍ଥିତି ଉପରେ ନଜର ରଖିଛନ୍ତି । ବର୍ଷା କମିବା ପର୍ଯ୍ୟନ୍ତ ଲୋକମାନେ ଟିକେ ଅସୁବିଧା ହେବେ ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଖୁବ୍ଶ୍ରୀଘ୍ର ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସିବେ । ବର୍ତ୍ତମାନ ସୁଦ୍ଧା ୨୨ ଲୋକଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଛି । ଗତକାଲିଠାରୁ ବର୍ଷା ଲାଗିରହିଥିବାରୁ କାର୍ୟ୍ୟରେ ବାଧା ସୃଷ୍ଟି ହୋଇଛି । ବାତ୍ୟାରେ ଘର ହରାଇଥିବା ପରିବାର ବାତ୍ୟା ଆଶ୍ରୟସ୍ଥଳୀରେ ରହିବେ। ଘରର ବିକଳ୍ପ ହେବା ଯାଏ ସେମାନେ ଏଠି ରହିବେ । ଆସନ୍ତା ୭ ଦିନ ମଧ୍ୟରେ ବାତ୍ୟା କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ରକୁ ପଠାଯିବ ।