କଲରାପତରିଆ ବାଘ ନୁହେଁ, ବଣଭୁଆ: ସ୍ପଷ୍ଟିକରଣ ରଖିଛନ୍ତି ବନ ବିଭାଗ
ଭୁବନେଶ୍ଵର: ରାଜଧାନୀ ବିମାନ ବନ୍ଦର ଖେଳିଥିବା ବାଘ ଆତଙ୍କ ଦୂର ହୋଇଛି l ଲୋକଙ୍କ ମନରେ ଥିବା ଶଙ୍କା ଭୁବନେଶ୍ଵର ଏୟାରପୋର୍ଟ ଡମ୍ପିଂୟାର୍ଡ ନିକଟରେ ବୁଲୁଥିବା ଜନ୍ତୁ ବାଘ ନା ବଣଭୁଆ ? ଏନେଇ ସ୍ପଷ୍ଟିକରଣ ରଖିଛନ୍ତି ବନ ବିଭାଗର ଅଧିକାରୀ । ଖାନ୍ ତଲାସୀ ବେଳେ ଆଜି ଭୋର୍ ସମୟରେ କର୍ମଚାରୀମାନେ ଏକ ବଣଭୁଆ ଦେଖିଥିବା କହିଛନ୍ତି । ହେଲେ ଏଯାଏଁ ଧରାପଡିନଥିବାରୁ ତାହା ବାଘ କି ଅନ୍ୟ କେଉଁ ଜନ୍ତୁ ତାହା ସ୍ପଷ୍ଟ ହୋଇନି । କିନ୍ତୁ ବଣଭୁଆ ନେଇ ଯାହା ଆକଳନ କରାଯାଉଛି ।
ତେବେ ବାଘ ଥିବା ଚର୍ଚ୍ଚା ପରେ ଶନିବାର ବିଳମ୍ବିତ ରାତିରେ ୪ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି । ପୂର୍ବରୁ କୁକୁଡା ଥୋପ ଦେଇ ଯନ୍ତା ବସାଇଛି ବନ ବିଭାଗ । ସେପଟେ ଏହି ଚର୍ଚ୍ଚା ପରଠାରୁ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ୫ ବର୍ଷ ପୂର୍ବରୁ ବନ ବିଭାଗ ଏହି ଅଞ୍ଚଳରୁ ଏକ କଲରାପତରିଆ ବାଘକୁ ଉଦ୍ଧାର କରିଥିଲା । କିନ୍ତୁ ଏବେ ସୁଦ୍ଧା ବନ ବିଭାଗ ଯାହା କହୁଛି , ଏହା କଲରାପତରିଆ ବାଘ ନୁହେଁ, ବଣ ଭୁଆଁ ହୋଇଥାଇପାରେ । ଯେହେତୁ ତାକୁ ଧରାଯାଇନାହିଁ l ସେଥିପାଇଁ ଏହା ସ୍ପଷ୍ଟ ରୂପରେ କୁହାଯାଇପାରୁନାହିଁ ବାଘ ନା ବଣଭୁଆ ।
ଶନିବାର ବିମାନ ବନ୍ଦର ଡ୍ରମ୍ପଂୟାର୍ଡ ପାଖରେ ଏକ ଜନ୍ତୁ ବୁଲୁଥିବାର ସେଠି କାମ କରୁଥିବା ଲୋକ ଦେଖିଥିଲେ । ତାହା ବାଘ ବୋଲି ସେମାନେ କହିଥିଲେ । ସେପଟେ ଖବର ଶୁଣିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିରହିଛି । ତେବେ ୫ ବର୍ଷ ପୂର୍ବରୁ ବନ ବିଭାଗ ବିମାନ ବନ୍ଦର ଅଞ୍ଚଳରୁ ଏକ କଲରାପତରିଆ ବାଘକୁ ଉଦ୍ଧାର କରିଥିଲା ।