ଭୁବନେଶ୍ୱର: ପଦ୍ମ ଧରିଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ । ସକାଳେ ବିଜେଡି ଛାଡ଼ିଲେ ବ୍ଲକ ଅଧ୍ୟକ୍ଷା ରୀନା l ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନଠାରେ ବିଜେପିରେ ମିଶିଛନ୍ତି । ଯୋଗାଣମନ୍ତ୍ରୀ ପାତ୍ର ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଛନ୍ତି। ରୀନାଙ୍କ ସହ ୩୦ଜଣ ବିଜେଡି ସମର୍ଥିତ ସରପଞ୍ଚ ଏବଂ ସମିତିସଭ୍ୟ ମଧ୍ୟ ବିଜେପିରେ ମିଶିଛନ୍ତି । ବ୍ଲକର ଉନ୍ନତି ନହେବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି ।
ବିଜେଡି ଛାଡ଼ିବା ପରେ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ ସେ ସମସ୍ତ ଘଟଣା ପାଇଁ ଦାୟୀ । ସେ କହିଛନ୍ତି, ଦଳ ହାରିବା ପରଠୁ ଲୋକଙ୍କ ସମସ୍ୟା ସମାଧାନ ହୋଇ ପାରୁନି । ଏନେଇ ସେ ବାରମ୍ବାର ବିଧାୟକ ସୁଧୀର ସାମଲକୁ ଜଣାଇ ଥିଲେ ଫଳ ଶୂନ। ସେପଟେ ରୀନାଙ୍କୁ ବିଜେପିରେ ମିଶାଇଥିବା ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି- ରୀନାରାଣୀଙ୍କ ଯୋଗଦାନ ଆମକୁ ଶକ୍ତିଶାଳୀ କରିବ। ସୂଚନାଯୋଗ୍ୟ ଆଜି ସକାଳେ ରୀନାରାଣୀଙ୍କୁ ବିଜେଡି ନିଲମ୍ବନ କରିଥିଲା ।