ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ । ଏହି ମ୍ୟାଚଟି ଆଗାମୀ ଫେବୃୟାରୀ ୯ ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି l ସହିପରି ଦିନିକିଆ ମ୍ୟାଚ ଭାରତ-ଇଂଲଣ୍ଡ ଖେଳ ପାଇଁ ଟିକେଟ ମୂଲ୍ୟ ନିର୍ଦ୍ଧାରଣ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଟିକେଟ ମୂଲ୍ୟ ସର୍ବନିମ୍ନ ୮୦୦ ଟଙ୍କାରୁ ଆରମ୍ଭ ହୋଇ ୨୦ ହଜାର ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ଷ୍ଟାଡିୟମର ୧ ନମ୍ବର ୩ ନମ୍ବର ଓ ୬ ନମ୍ବର ଗ୍ୟାଲେରୀରେ ବସି ଖେଳ ଦେଖିବା ଲାଗି ଦର୍ଶକଙ୍କ ପାଇଁ ଟିକେଟ ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।
ସେହିପରି ୨ ଓ ୪ ନମ୍ବର ଗ୍ୟାଲେରୀ ଟିକେଟ ଦାମ ୧୦୦୦ ଟଙ୍କା, ୫ ନଂ. ଗ୍ୟାଲେରୀ ଟିକେଟ ମୂଲ୍ୟ ୧୫୦୦ ଓ ୭ ନମ୍ବର ଗ୍ୟାଲେରୀ ଟିକେଟ ମୂଲ୍ୟ ୮୦୦ ଟଙ୍କା ରଖାଯାଇଛି । ସ୍ଵତନ୍ତ୍ର ଏନକ୍ଲୋଜର ଦାମ ୭୦୦୦ ଟଙ୍କା ଥିବାବେଳେ ଶୀତତାପ ନିୟନ୍ତ୍ରିତ ବକ୍ସ ମୂଲ୍ୟ ୯୦୦୦ ଏବଂ କର୍ପୋରେଟ ବକ୍ସ ଟିକେଟ ଦର ୨୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ଏହାବ୍ୟତୀତ ନୂତନ ପାଭେଲିୟନ ଟିକେଟ ଦାମ ୧୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି ।
ସୂଚନା ମୁତାବକ, ବାରବାଟୀ ଷ୍ଟାଡିୟମର ସିଟ୍ କ୍ଷମତା ୪୪ ହଜାର ୫୨୪ ରହିଛି ବୋଲି ଓସିଏ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ରେ କୁହାଯାଇଛି । ତେବେ ଗତ ମ୍ୟାଚ ଅପେକ୍ଷା ଏହି ମ୍ୟାଚ ପାଇଁ ଟିକେଟ ଦରରେ ଯଥେଷ୍ଟ ବୃଦ୍ଧି କରାଯାଇଛି । ଆଜିର ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କ ସହ ଓସିଏ କର୍ମକର୍ତ୍ତା ଯୋଗ ଦେଇଥିଲେ ।