ଓଡ଼ିଶାମନୋରଞ୍ଜନ

ଯାତ୍ରା ମଞ୍ଚ; ନଗ୍ନ ନାଚରେ ଲାଗିବ ବ୍ରେକ,ଏଥିପାଇଁ ଆସିବ ନୂଆ ଗାଇଡଲାଇନ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଯାତ୍ରା ମଞ୍ଚରେ ଆଇଟମ ନାଚ ନାଁରେ ଅଶ୍ଳୀଳ ନୃତ୍ୟର ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି l ଏଥିପାଇଁ ଯାତ୍ରା କମିଟି ମହାସଂଘ ପକ୍ଷରୁ ଆଇନ ମନ୍ତ୍ରୀ ପୃଥ୍ଵୀବିରାଜ ହରିଚନ୍ଦନଙ୍କୁ ବିଭିନ୍ନ ଦାବି ଦିଆଯାଇଛି । ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀକରଣ କରୁଥିବାରୁ ଯାତ୍ରା ଅନୁଷ୍ଠାନକୁ ଯାତ୍ରା ପରିବେଷଣ ପାଇଁ ଏକ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ କରିବାକୁ କର୍ମକର୍ତ୍ତାମାନେ ଦାବି କରିଛନ୍ତି । ଏହା ସହ ଯାତ୍ରାରେ ଅଶ୍ଳୀଳତା, ଦ୍ବିଅର୍ଥବୋଧକ ସଂଳାପ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବିରୋଧ ପାଇଁ ମହାସଂଘ ପକ୍ଷରୁ ଆଇନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ସଂଘ ଅଭିଯୋଗ ଅନୁସାରେ, ବର୍ତ୍ତମାନ ସମୟରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ଦେଖାଦେଇଛି । ବ୍ୟବସାୟିକ ଲାଭ ଉଦ୍ଦେଶ୍ୟରେ ଯାତ୍ରା ଅନୁଷ୍ଠାନମାନେ ନଗ୍ନ ନୃତ୍ୟକୁ ସୁଯୋଗ ଦେଉଥିବା ସାଧାରଣରେ ଆଲୋଚନା ହେଉଛି । ଏନେଇ ଯାତ୍ରାପାର୍ଟି ମାଲିକମାନେ ଦାୟୀ ବୋଲି କହିଛି ଯାତ୍ରା କମିଟି ମହାସଂଘ । ତେବେ ଯାତ୍ରାର ରାତ୍ର ପିଛା ମୂଲ୍ୟ ସହିତ ଟିକେଟ ମୂଲ୍ୟ ବୃଦ୍ଧି ଏହାର ପ୍ରମୁଖ କାରଣ ପାଲଟିଛି । ସରକାର ଯାତ୍ରା ପରିବେଷଣ ପାଇଁ ଏକ ସ୍ୱତନ୍ତ୍ର ଗାଇଡଲାଇନ ଆଣିଲେ ଏହି ଅଶ୍ଳୀଳତା ବନ୍ଦ ହୋଇପାରିବ ବୋଲି ମହାସଂଘ କହିଛି ।

ଅନ୍ୟପଟରେ ଏହି ପ୍ରସଙ୍ଗରେ ଆଇନ୍ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କୌଣସି ପ୍ରକାରରେ ଯାତ୍ରାରେ ଅପସଂସ୍କୃତି ଓ କୁପରମ୍ପରାକୁ ପ୍ରଶ୍ରୟ ଦିଆଯିବ ନାହିଁ । ସଂସ୍କୃତିର ସୁରକ୍ଷା ଦିଗରେ ଖୁବ୍ ଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରାଯିବ । ସେହିଭଳି ଆଇନ ମନ୍ତ୍ରୀ ପୂର୍ବରୁ ଦେଇଥିବା ମତକୁ ସମର୍ଥନ କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବର୍ତ୍ତମାନ ଓଡ଼ିଆ ସଂସ୍କୃତିର ଘୋର ବିରୋଧୀ । ଏହା ଉପରେ ରୋକ୍ ଲାଗିବା ଦରକାର। ଏଥିପାଇଁ ଯାତ୍ରା ପାର୍ଟି ମାଲିକଙ୍କ ମଧ୍ୟରେ ବିରୋଧର ସ୍ବର ଏକ ହେବା ଦରକାର। ଅଶ୍ଲୀଳତାକୁ ଯେପରି ମଞ୍ଚରେ ଆଉ ସ୍ଥାନ ମିଳିବନି, ସେନେଇ ସରକାର ତର୍ଜମା କରିବେ । ଯାତ୍ରାରେ ଅଶ୍ଳୀଳତାକୁ ବିରୋଧ ଏବେ ନୁହେଁ, ଅନେକ ଦିନରୁ ହୋଇ ଆସୁଛି। ଏଥିପାଇଁ କଡ଼ା ଆଇନ୍ ସପକ୍ଷରେ ଲଢେଇ କରି ଆସୁଛନ୍ତି କିଛି ସ୍ବାଧିନଚେତା କଳାକାର ଓ ସଂସ୍କୃତି ପ୍ରେମୀ ।

Related Articles

Back to top button
WP Twitter Auto Publish Powered By : XYZScripts.com