ଅନ୍ତର୍ଜାତୀୟଓଡ଼ିଶା

ଅଦିନିଆ ରଥଯାତ୍ରା ବନ୍ଦ କଲା ହ୍ୟୁଷ୍ଟନ୍‌ ଇସ୍କନ, କାହିଁକି ଜାଣନ୍ତୁ

ଭୁବନେଶ୍ୱର: ଆମେରିକାର ହ୍ୟୁଷ୍ଟନ୍‌ରେ ଆସନ୍ତା ୯ ତାରିଖରେ ହେବନି ଇସ୍କନ ରଥଯାତ୍ରା । ଏହି ଅଦିନିଆ ରଥଯାତ୍ରାକୁ ଇସ୍ପନ ବନ୍ଦ କରିଛି । ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ବୟାନ୍ ପରେ ଇସ୍କନ ତା’ର ନିଷ୍ପତ୍ତିରେ କରିଛି ପରିବର୍ତ୍ତନ । ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଇସ୍କନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ରଥଯାତ୍ରା ବଦଳରେ ସେଦିନ ହେବ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା । ପ୍ରେସ ରିଲିଜ ଜରିଆରେ ଇସ୍କନ ପରିଚାଳନା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । କୋଟିକୋଟି ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଆୟୋଜକ ସଂସ୍ଥା ତରଫରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ବଦଳରେ ନିତାଇ ଗୌର ସଂକୀର୍ତ୍ତନ ଯାତ୍ରା ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ଇସ୍କନର ଜାତୀୟ ଯୋଗାଯୋଗ ନିର୍ଦ୍ଦେଶକ ଯୁଧିଷ୍ଠିର ଗୋବିନ୍ଦା ପ୍ରଭୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରାର ଆୟୋଜନ ନେଇ ଗଜପତି ଦିବ୍ୟସିଂହ ଦେବ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ ।

ଏନେଇ ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଅନ୍ୟ ଧର୍ମରେ ଏଭଳି କରାଯାଇଥିଲେ ତାକୁ ସହ୍ୟ କରାଯାଇନଥାନ୍ତା । ଯଦି ବୈଠକରେ ଅଦିନିଆ ରଥଯାତ୍ରାର ଆୟୋଜକ ମାନିଗଲେ ଭଲ କଥା, ନହେଲେ ଆଇନଗତ ବିକଳ୍ପ ରହିଛି । ମାର୍ଚ୍ଚ ଯାଏ ଇସ୍କନକୁ ସମୟ ଦିଆଯାଇଛି । ଏଣୁ ସେଯାଏ ଅପେକ୍ଷା କରିବାକୁ ପଡ଼ିବ । ଏହାପରେ ଆଉ ବରଦାସ୍ତ କରାଯିବନାହିଁ । ଅଦିନିଆ ରଥଯାତ୍ରାର ଆୟୋଜନ ଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିରର ପରମ୍ପରା ଭାଙ୍ଗିବା ଭଳି । ୧୯୬୭ରୁ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରିଆସୁଛି । ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନିଆ ରଥଯାତ୍ରା ହେଉନି। କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଇସ୍କନ ଅଦିନିଆ ରଥଯାତ୍ରା କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com