ଭୁବନେଶ୍ବର: ବିଜେପିରେ ମିଶିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ପଦ୍ମ ଧରିଲେ ସୁନନ୍ଦା । ତେବେ ଅକ୍ଟୋବର ୨୯ ତାରିଖରେ ଦଳରେ ଅଣଦେଖା କାରଣ ଦର୍ଶାଇ ବିଜେଡି ଛାଡିଥିଲେ ସୁନନ୍ଦା । ତେବେ ଗତ ୫, ୬ ମାସ ହେବ ବିଜେଡିରେ ସେ ଅଣଦେଖା ହୋଇ ରହିଥିଲେ ବୋଲି ଅଭିଯୋଗ କରିଥିଲେ ସୁନନ୍ଦା ।
ଏଥିସହିତ ଦଳର ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ଦେଇ ଦଳ ଛାଡିଥିଲେ । ଏହା ପରେ ଦଳର ଭିତିରି ଅନେକ ଅକୁହା କଥା ଲୋକଲୋଚନକୁ ଆଣିଥିଲେ । ଏଥିସହିତ ନବୀନ ବାବୁ ବୁଲିଥିଲେ ବିଜେଡିର ବିଜୟ ହୋଇଥାନ୍ତା ବୋଲି ଦାବି କରିଥିଲେ । ତେବେ ପୂର୍ବତନ ବରୀ ବିଧାୟିକ ସୁନନ୍ଦା ଦାସ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଧାୟିକ ହୋଇଆସିଥିଲେ । ହେଲେ ଚଳିତ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇ ନଥିଲା । ତାଙ୍କ ବଦଳରେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ବିଜେଡି ଟିକେଟ ଦେଇଥିଲା ।
ତେବେ ବିଶ୍ୱରଞ୍ଜନ ଏହି ନିର୍ବାଚନରେ ବିଜୟୀ ମଧ୍ୟ ହୋଇଛନ୍ତି । ସେପଟେ ବିଜେଡିରେ ଅଫିସରମାନେ ଟିକେଟ ବାଣ୍ଟୁଥିବା ବେଳେ ତାଙ୍କ ଟିକେଟ ବବି ଦାସ କାଟି ଦେଇଥିବା ସିଧାସଳଖ କହିଥିଲେ । ନିଜେ ଟିକେଟ ପାଇ ନ ଥିଲେ ମଧ୍ୟ ଫଳାଫଳ ଯାହା ଆସିଲା ସେଥିରେ ସେ ଖୁବ୍ ଖୁସି ଥିବା ସହ ଜଗନ୍ନାଥଙ୍କୁ ଧନ୍ୟବାଦ ଜଣାଇଥିଲେ ସୁନନ୍ଦା । ସେହିପରି ଦଳ ସୁନନ୍ଦାକୁ ଟିକେଟ ନଦେଇ କେବଳ ଆଶ୍ବସନା ଦେଇଥିଲା ବୋଲି ସେ ଅଭିଯୋଗ କରିଥିଲେ ।