ଓଡ଼ିଶା

ଏଣିକି ଖୁଵଶୀଘ୍ର ଲୋକଙ୍କୁ ମିଳିବ ନ୍ୟାୟ, ଏଥିପାଇଁ ପ୍ରତି ବ୍ଲକରେ ଆରମ୍ଭ ହେବ ନ୍ୟାୟାଳୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକଙ୍କ ଦୁଆରେ ପହଞ୍ଚିବ ନ୍ୟାୟ । ପ୍ରତି ବ୍ଲକରେ ଆରମ୍ଭ ହେବ ନ୍ୟାୟାଳୟ । ଗୁରୁବାର ଏପରି ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ଵରରେ ଆଇନ ବିଭାଗ ପକ୍ଷରୁ ଗୁରୁବାର ଆୟୋଜିତ ହୋଇଛି ଭାରତୀୟ ନ୍ୟାୟ ସଂହିତା(ବିଏନଏସ) ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଜାଗୃତିକରଣ କାର୍ଯ୍ୟକ୍ରମ ।

https://www.facebook.com/share/v/15apc73sxZ/

ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ କହିଥିଲେ, ଆଇନ ସମ୍ପର୍କରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ସଚେତନ କରାଇଛନ୍ତି । ନୂଆ ଆଇନ ବିଏନଏସ ଏବଂ ବିଏନଏସଏସ ସମ୍ପର୍କରେ ଜନସାଧାରଣ ଅବଗତ ନାହାନ୍ତି  । ତେଣୁ ଏହି ନୂଆ ଆଇନ ବିଷୟରେ ସଚେତନତା ସୃଷ୍ଟି କରାଯିବ । ଲୋକଙ୍କ କିପରି ତ୍ଵରିତ ନ୍ୟାୟ ମିଳିବ ସେ ଦିଗରେ ପଦକ୍ଷେପ ନିଆଯିବ । ସେଥିଲାଗି ପ୍ରତି ବ୍ଲକରେ ନ୍ୟାୟାଳୟ ଆରମ୍ଭ ହେବ । ଏହାଦ୍ଵାରା ନ୍ୟାୟ ଲୋକଙ୍କ ନିକଟରେ ପହଞ୍ଚି ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେହିପରି ଏହି କାର୍ଯ୍ୟକ୍ରମରେ ଖୁଵଶୀଘ୍ର ରାଜ୍ୟ ସରକାର ‘ଲ’-ରିଭିଜନ କମିଶନ କରି ଏହି ବ୍ୟବସ୍ଥା କରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏହାସହିତ ଯେଉଁ ଅପ୍ରାସଙ୍ଗିକତା ଏବଂ ଅଦରକାରୀ ଆଇନ ରହିଛି ସେଗୁଡିକର ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ଆଇନ ମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com