ଓଡ଼ିଶା

ମୃତ ଚାକିରିଆଙ୍କ ପରିବାରର ଥଇଥାନ ନିୟମ ପାଇଁ ବଡ଼ ସୂଚାନ, କଣ ଜାଣନ୍ତୁ

ଭୁବନେଶ୍ୱର: ମୃତ ଚାକିରିଆଙ୍କ ପରିବାର ପାଇଁ ଆସିଲା ବଡ଼ ଖବର l ଏଣିକି ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ ମୋଟା ଅଙ୍କର ଟଙ୍କା । ଏନେଇ ରାଜ୍ୟ ସରକାର ଚାକିରିଆଙ୍କ ମୃତ୍ୟୁ ପରେ ପରିବାରର ଥଇଥାନ ନିୟମ ପାଇଁ ନେଇ ପାରନ୍ତି ବଡ଼ ନିଷ୍ପତ୍ତି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଭଳି କିଛି ସଙ୍କେତ ଦେଇଛନ୍ତି । ସେ କହିଛନ୍ତି, ଥଇଥାନମୂଳକ ଚାକିରି ନହେଲେ, ମିଳିପାରେ ଏକକାଳୀନ ମୋଟା ଅଙ୍କର ଟଙ୍କା ।

୧୯୯୦ ଥଇଥାନ ନିୟମ ଅନୁଯାୟୀ ପରିବାରର ଚାକିରିଆ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଜଣେ ଚାକିରି କରୁଥିଲେ । କିନ୍ତୁ ୨୦୨୦ରେ ଏଥିରେ ପରିବର୍ତ୍ତନ କରାଗଲା । ଏହି ପଲିସି କାହାରିକୁ ଚାକିରି ନ ଦେବା ସଙ୍ଗେ ସମାନ। ଏଥିରେ କାହାରିକୁ ଚାକିରି ନମିଳୁ ସେପରି ସ୍ଥିତି ତିଆରି ହୋଇଥିଲା । ଯେଉଁମାନଙ୍କର ୨୦୨୦ ପୂର୍ବରୁ ମୃତ୍ୟୁ ହୋଇଛି ତାଙ୍କୁ ୧୯୯୦ ନିୟମ ଅନୁସାରେ ନେବା କଥା, ହେଲେ ୨୦୧୨, ୨୦୧୩, ୨୦୧୪,୨୦୧୫ ରେ ଯେଉଁମାନଙ୍କର ମୃତ୍ୟୁ ହେଲା ତାକୁ ୨୦୨୦ ନିୟମ ଅନୁସାରେ ନେଲେ । ଯାହା ଦ୍ୱାରା କେହି ଚାକିରି ପାଇଲେ ନାହିଁ l

ଏପରିକି ଯେଉଁମାନେ ଚାକିରି ପାଇଁ ଆବେଦନ କରିଥିଲେ, ତାଙ୍କ ବିରୋଧରେ ମାମଲା ରୁଜୁ କରାଗଲା । ହେଲେ ଏଥିପାଇଁ ପାଇଁ ଆଇନ ବିଭଗର ଅନୁମତି ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଆଗକୁ ମୃତ ଚାକିରିଆଙ୍କ ପରିବାରର ଥଇଥାନ ପାଇଁ ଆସୁଥିବା ନିୟମରେ ଲୋକେ କେତେ ସହମତି ପ୍ରକାଶ କରିବେ ନା ବିରୋଧ କରିବେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ l

Related Articles

Back to top button
WP Twitter Auto Publish Powered By : XYZScripts.com