ଓଡ଼ିଶା
ସହଯୋଗ ଲୋଡ଼ିଲେ ବାଚସ୍ପତି
ଭୁବନେଶ୍ୱର: ଶୀତକାଳୀନ ଅଧିବେସନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ଗୃହକୁ କିପରି ସୁରୁଖୁରୁରେ ଆଗକୁ ବଢାଯିବ ସେନେଇ ଅନୁରୋଧ କରିଛନ୍ତି ବାଚସ୍ପତି । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଭାଜପା ବିଧାୟକ ଜୟନାରାୟଣ ମିଶ୍ର, ସିପିଆଇ (ଏମ୍) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହିଛନ୍ତି।
ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାରଠାରୁ ଡିସେମ୍ବର ୩୧ ପର୍ୟ୍ୟନ୍ତ ଶୀତକାଳୀନ ଅଧିବେଶନ ଚାଲୁରହିବ।