କେନ୍ଦୁଝର: ପୁଣି ଭିଜିଲାନ୍ସ ପଂଝାରେ ଆଉ ଏକ ସରକାରୀ ବାବୁ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଖଣି ଅଧିକାରୀଙ୍କ ଘରେ ରେଡ ହୋଇଛି । ଅଧିକାର ଜଣକ କେନ୍ଦୁଝରର କନିଷ୍ଠ ଖଣି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ପଦ୍ମନାଭ ହୋତା ବୋଲି ସୂଚନା ମିଳିଛି ।
ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ, ଭୁବନେଶ୍ୱର ଆଦେଶ କ୍ରମେ ସକାଳୁ ଏହି ଚଢାଉ କରାଯାଉଛି। ୭ ଜଣ ଡିଏସପି, ପାଞ୍ଚ ଇନ୍ସପେକ୍ଟର ସମେତ ବହୁ ଅଧିକାରୀ କେନ୍ଦୁଝର, ଭୁବନେଶ୍ୱର, ଭବାନୀପାଟଣା, ଯାଜପୁର ସମେତ ୭ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି।
ସ୍ଥାନୀୟ ଜଗନ୍ନାଥପୁର ସାହିରେ ଦୁଇ ମହଲା ଘର, ଭୁବନେଶ୍ୱରର କରଡ଼ା କଣ୍ଟାରେ ଚାରି ମହଲା ଘର, ଘଷିପୁରା ବ୍ଲକ ମଦନପୁର ଗ୍ରାମରେ ଫାର୍ମ ହାଉସ, ଟମକା ରେ ଜମାଦେଇପୁର ଶାସନ ପୈତୃକ ଗ୍ରାମରେ ଘର, କେନ୍ଦୁଝର ଅଫିସ, ଭବାନୀପାଟଣାସ୍ଥିତ ଭଡା ଘର୍, ଯାଜପୁର ଜିଲା ବଳରାମପୁର ଗ୍ରାମର ବନ୍ଧୁ ଘର ଆଦିରେ ଚଢ଼ାଉ ଜାରି ରହିଛି।