ଭୁବନେଶ୍ୱର: ରାଜଧାନୀରେ ପିଲା ବିକ୍ରି । ବୁର୍ଲା ଭିମସାରରେ ନବଜାତ ଶିଶୁ ଚୋରି ଘଟଣାରୁ ଉଠିନି ପରଦା, ଏବେ ଆଉ ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୪ ବର୍ଷର ଶିଶୁ କନ୍ୟାକୁ ୪୦ ହଜାରରେ ବିକ୍ରି ହୋଇଛି । ଶିଶୁ କନ୍ୟାକୁ ଉଦ୍ଧାର କରି ଛାନ୍ଭିନ୍ ଚଳାଇଛି ପୋଲିସ ।
ବଡଗଡ ଥାନା ଅଧୀନ ସୁଶାନ୍ତି ବିହାରୀ ଅଞ୍ଚଳର ଦଂପତ୍ତି ଦିନ ମଜୁରିଆ ଭାବରେ କାମ କରନ୍ତି । ଅର୍ଥ ଅଭାବରୁ ୪ ବର୍ଷର ଝିଅକୁ ପିପିଲି ଅଞ୍ଚଳର ଦଂପତ୍ତିକୁ ବିକ୍ରି କରିଦେଇଥିଲେ । ପିଲା କିଣିଥିବା ଦଂପତ୍ତିଙ୍କର ଅନେକ ବର୍ଷ ଧରି ସନ୍ତାନ ହେଉନଥିଲା । ମଧ୍ୟସ୍ଥିଙ୍କ ଜରିଆରେ ଏହି କାରବାର ହୋଇଥିବା ଜଣାପଡିଛି ।
ଘଟଣା ଜଣାପଡିବା ପରେ ବଡଗଡ ଥାନା ପୋଲିସ ଶିଶୁ କନ୍ୟାକୁ ଉଦ୍ଧାର କରିଛି । ଦଂପତ୍ତିଙ୍କ ସହ ୨ ଦଲାଲଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।