Featuredଜାତୀୟରାଜନୀତି

ଚୂଡ଼ାନ୍ତ ହୋଇନି ମୁଖ୍ୟମନ୍ତ୍ରୀଙ୍କ ନାଁ, କିନ୍ତୁ ଧାର୍ଯ୍ୟ ହେଲାଣି ଶପଥ ନେବା ତାରିଖ

ମହାରାଷ୍ଟ୍ର: ଧାର୍ଯ୍ୟ ହେଲାଣି ତାରିଖ । ଜନତା ବି ତୟାର ଏବଂ ମୈଦାନ ବି ତୟାର । କିନ୍ତୁ ଚୂଡ଼ାନ୍ତ ହୋଇପାରୁନାହାନ୍ତି ଶାସକ । ମୁଖ୍ୟମନ୍ତ୍ରୀ ଦାୟିତ୍ୱ କାହାକୁ ମିଳିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏକଥା ଧାର୍ଯ୍ୟ ହୋଇଯାଇଛି ଯେ, ଡିସେମ୍ବର ୫ରେ ଶପଥ ନେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ୨ ତାରିଖରେ ବିଧାୟକ ଦଳ ବୈଠକ ପରେ ୫ରେ ଶପଥ ସମାରୋହ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା ଉପରୁ ଏଯାଏଁ ପରଦା ହଟିନି।

ବିଜେପି ପକ୍ଷରୁ ପ୍ରକାଶ ସୂତ୍ର ରିପୋର୍ଟ ଅନୁସାରେ, ଡିସେମ୍ବର ୨ରେ ମହାୟୁତିର ବିଧାୟକ ଦଳ ବୈଠକ ବସିବ। ଏଥିରେ ପାର୍ଟି ମୁଖିଆ କିଏ ହେବେ ସେନେଇ ନିଷ୍ପତ୍ତି ନିଆଯିବ। ଏହାପରେ ଗୁରୁବାର (ଡିସେମ୍ବର ୫)ରେ ମୁମ୍ବାଇର ଆଜାଦ ମୈଦାନରେ ଶପଥ ଉତ୍ସବ ସମାରୋହ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ରହିଛି।

Related Articles

Back to top button