ନୂଆଦିଲ୍ଲୀ: ଦିଦି ହେବେ ଇଣ୍ଡିଆ ମେଂଟର ମୁଖ୍ୟ! କଂଗ୍ରେସର ଜାଗା ନେଇପାରନ୍ତି ଟିଏମସି । ଏଭଳି ଚର୍ଚ୍ଚା ଏବେ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଏବେ ଏହି କଥା ଚର୍ଚ୍ଚା ହେଉଛି ଯେ ସେ ଇଣ୍ଡିଆ ବ୍ଲକର ମୁଖ୍ୟ ହୋଇପାରନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଶୁକ୍ରବାର ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ନେତୃତ୍ୱକୁ ନେଇ ଏକ ବୟାନ ଦେଇଥିଲେ।
ନିକଟରେ ହୋଇଥିବା ନିର୍ବାଚନ ଏବଂ ଉପ-ନିର୍ବାଚନରେ ଇଣ୍ଡିଆ ବ୍ଲକର ପ୍ରଦର୍ଶନକୁ ନେଇ ମମତା ବାନାର୍ଜୀ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏଭଳି ପରିଣାମ ପାଇଁ ସେ ଏହାର ନେତୃତ୍ୱକୁ ଦାୟୀ କରିଥିଲେ। ସେତିକି ନୁହେଁ, ସେ ନିଜେ ଏହାର ନେତୃତ୍ୱ ନେବାକୁ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି। ଯାହାକୁ ନେଇ ବିରୋଧୀ ମେଣ୍ଟରେ ପୁଣି ଆରମ୍ଭ ହୋଇଛି ତୁତୁ.. ମୈଁ ର୍ମେଁ। ସେପଟେ ଦିଦିଙ୍କ ସମର୍ଥନରେ ବାହାରିଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି।