ଓଡ଼ିଶା
ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଅସମ୍ଭାଳ ସ୍ଥିତି
ରାଉରକେଲା: ରାଜ୍ୟରେ ଲାଗିରହିଛି ଶୀତ ଲହରୀ । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଅସମ୍ଭାଳ ସ୍ଥିତି । ଗତକାଲି ରାତିରେ ୧୦ ଡିଗ୍ରୀ ତଳେ ମୋଟ ୧୧ଟି ସହରର ତାପମାତ୍ରା ରହିଛି । ରବିବାର ରାତିରେ ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରିଛି ରାଉରକେଲା। ଷ୍ଟିଲ ସିଟି ରାଉରକେଲାରେ ୫.୭ ଡିଗ୍ରୀ ରେକର୍ଡ କରିଥିବା ବେଳେ ସୁନ୍ଦରଗଡରେ ୯ ଡିଗ୍ରୀ, ଫୁଲବାଣୀରେ ୭ ଡିଗ୍ରୀ , ଝାରସୁଗୁଡାରେ ୭.୧ ଡିଗ୍ରୀ , ଦାରିଙ୍ଗବାଡିରେ ୭.୫ ଡିଗ୍ରୀ, ଭବାନୀପାଟଣାରେ ୭.୮ ଡିଗ୍ରୀ, ଅନୁଗୁଳରେ ୮ ଡିଗ୍ରୀ, ଜଗତସିଂହପୁରରେ ୯.୫ ଡିଗ୍ରୀ, କୋରାପୁଟ ଓ ଢେଙ୍କାନାଳରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀକୁ ଖସିଥିବା ନେଇ ସୂଚନା ଦେିଛି ପାଣିପାଗ ବିଭାଗ । କନ୍ଧମାଳ ଏବଂ କଳାହାଣ୍ଡିରେ ମଧ୍ୟ ଅସହ୍ୟ ଶୀତ ଅନୁଭୂତ ହେଉଛି। ଏମିତିକି ସେଠି ଶିଶିର ବିନ୍ଦୁ ବରଫରେ ପରିଣତ ହୋଇଥିବା ଦୃଶ୍ୟ ସକାଳୁ ସକାଳୁ ଦେଖିବାକୁ ମିଳିଛି ।