ନୂଆଦିଲ୍ଲୀ: ଚାଲିଛି ମହାବିତର୍କ । ଦେଶରେ ଏକକ ନିର୍ବାଚନକୁ ନେଇ ସାଂସଦଙ୍କ ମଧ୍ୟରେ ତର୍କ ବିତର୍କ । ଲୋକସଭାରେ ଏକ ଦେଶ, ଏକ ନିର୍ବାଚନ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲକୁ ଲୋକସଭାରେ ଆଗତ କରିଛନ୍ତି । ତେବେ ଏହି ବିଧେୟକକୁ ସମ୍ବିଧାନର ୧୨୯ ତମ ସଂଶୋଧନ ବିଧେୟକ ବୋଲି ନାମ ଦିଆଯାଇଛି । ଖାଲି ସେତିକି ନୁହେଁ, ଏହି ବିଲକୁ ଲୋକସଭାରେ ପାସ୍ କରିବାକୁ ଯଥାସମ୍ଭବ ଚେଷ୍ଟା ଚଳାଇଛି ବିଜେପି, ଖାସ୍ ସେଥିପାଇଁ ଆଜି ବିଜେପିର ସମସ୍ତ ସାଂସଦଙ୍କ ପାଇଁ ଦଳ ହ୍ୱିପ୍ ଜାରି କରିଛି ।
Related Articles
Check Also
Close
-
ରାଜସ୍ଥାନରେ କିଏ ହାତେଇ ଗାଦି ? ଚାଲିଛି ମତଦାନNovember 25, 2023