Featuredଜାତୀୟ

୭୭ତମ ଭାରତୀୟ ସେନା ଦିବସରେ ଶତ୍ରୁର ମାଟିରେ ବିଜୟର ପତାକା ଲହରାଉଥିବା ଭାରତୀୟ ସେନାକୁ ସଲାମ୍

ନୂଆଦିଲ୍ଲୀ: ଦେଶ ପାଇଁ ତୁଚ୍ଛ ହୋଇଯାଏ ପରିବାର ପ୍ରିୟଜନ ଏମିତି କି ନିଜ ଜୀବନ । ଜନନୀ ନୁହେଁ ବଡ଼ ହୋଇଯାଏ ଜନ୍ମଭୂମି । ଟାଇଁ ଟାଇଁ ଖରା ହେଉ ଅବା ଅସରନ୍ତି ବର୍ଷାର ମୁଷଳ ଧାରା, ଶୀତ କାକରରେ ହାଡ଼ ଭଙ୍ଗା ଶୀତରେ ଛାତିରେ ଗୁଳି ଖାଇ ଦେଶର ସୁରକ୍ଷା କରନ୍ତି ସେନା । ସେମାନଙ୍କ ବଳିଦାନକୁ ନମନ୍ । ସେନା ପାଇଁ ଆଜି ୧୪୦ କୋଟି ଭାରତୀୟ ଶାନ୍ତିରେ ଶୋଇପାରୁଛନ୍ତି । ଶତ୍ରୁକୁ ନାଲି ଆଖି ଦେଖାଇ ସାହାସୀ ଯୋଦ୍ଧା ସାଜି ଶତ୍ରୁର ମାଟିରେ ବିଜୟର ପତାକା ଲହରାଉଥିବା ଭାରତୀୟ ସେନାକୁ ଜାତୀୟ ସେନା ଦିବସରେ ସଲାମ । ଆଜି ଦେଶ ପାଳୁଛି ୭୭ତମ ଭାରତୀୟ ସେନା ଦିବସ ।

ଭାରତୀୟ ସେନାର ସାହସ, ନିସ୍ୱାର୍ଥପରତା, ଆଉ ବଳିଦାନକୁ ସମ୍ମାନ ଦେବାକୁ ଯାଇ ଆଜି ଦେଶ ପାଳୁଛି ଇଣ୍ଡିଆନ ଆର୍ମି ଡେ । ପ୍ରତି ବର୍ଷ ଜାନୁଆରୀ ୧୫ ତାରିଖରେ ଭବ୍ୟ ସମାରୋହ, ସୈନ୍ୟ ପରେଡର ସମାରୋହ ସହ ସେନା ଦିବସ ପାଳନ ହୁଏ । ଆଉ ଚଳିତ ବର୍ଷ ପ୍ରଥମ ଥର ପାଇଁ ପୁନେରେ ସେନା ଦିବସ ପାଳନ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com