ଭୁବନେଶ୍ୱର: ରାଜଧାନୀର ଚର୍ଚ୍ଚିତ ବଣ୍ଟି-ବବଲୀ ଯୋଡ଼ି ହଂସିତା-ଅନୀଲଙ୍କୁ କୋର୍ଟଙ୍କ ଝଟକା । ଖାରଜ ହେଲା ଜାମିନ । ଭୁବନେଶ୍ୱର ଏଡିଜେ କୋର୍ଟ ଏହି ଜାମିନକୁ ଖାରଜ କରିଛନ୍ତି । ୫ ଦିନ ପାଇଁ ରିମାଣ୍ଡ ଆବେଦନ କରିଛି କମିଶନରେଟ୍ ପୋଲିସ । ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଏଡିଜେ-୨ କୋର୍ଟରେ ଆବେଦନ କରିଛି ପୋଲିସ । ଯାହାର ଶୁଣାଣି ଖୁବଶୀଘ୍ର ହେବ ବୋଲି ଜଣାପଡିଛି । ଗତ ୧୮ ତାରିଖରେ ଉଭୟଙ୍କ ଜାମିନ୍ ଆବେଦନ ନେଇ ଶୁଣାଣି ହୋଇଥିଲା । ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଶେଷରେ ଜାମିନ୍ ଆବେଦନକୁ ଖାରଜ୍ କରିଛନ୍ତି ମାନ୍ୟବର କୋର୍ଟ । ପିଏମଓ ଅଫିସରେ ଚିହ୍ନା ଥିବା ପରିଚୟ ଦେଇ ଅନେକଙ୍କ ଠାରୁ ମୋଟା ଅଙ୍କ ଲୁଟିଥିଲେ ଏହି ଦମ୍ପତ୍ତି । ଘଟଣା ସାମ୍ନାକୁ ଆସିବା ପରେ ଆଇଟି ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଚଢାଉ ଅନେକ ତଥ୍ୟ ସାମ୍ନାକୁ ଆଣିଥିଲା ।