ପୁଣି ଭାଲେଣ୍ଟାଇନ୍ସ ସପ୍ତାହରେ ରିଲିଜ ହେବ ଏହିସବୁ ରୋମାଣ୍ଟିକ ଫିଲ୍ମ !
![](https://i0.wp.com/odia.mobilenews24x7.com/wp-content/uploads/2025/02/Capture.jpg?resize=780%2C284&ssl=1)
ଚଳିତ ଥର ମନୋରଞ୍ଜନରେ ଭରି ରହିବ ଭାଲେଣ୍ଟାଇନ୍ସ ସପ୍ତାହ । କାରଣ ଏଥର ଭାଲେଣ୍ଟାଇନ୍ସ ସପ୍ତାହରେ ପୁଣି ରିଲିଜ ହେଉଛି ବଲିଉଡର ଅନେକ ରୋମାଣ୍ଟିକ ଫିଲ୍ମ । ପ୍ରେମଭରା ସପ୍ତାହରେ ସାଥୀଙ୍କ ସହ ସିନେମା ଡେଟରେ ଭରପୁର ନେଇପାରିବେ ମଜା । ବଲିଉଡର କିଛି କ୍ଲାସିକ୍ ଏବଂ ରୋମାଣ୍ଟିକ ଫିଲ୍ମ ଥିଏଟରରେ ପୁନଃ ମୁକ୍ତିଲାଭ କରିବାକୁ ଯାଉଛି। ସିଲସିଲା ରୁ ଆରମ୍ଭ କରି ଜବ ୱି ମେଟ, ସନମ ତେରୀ କସମ, ବଚନା ଏ ହସିନୋ ଯାଏଁ ଅନେକ ଫିଲ୍ମ ପୁଣି ରିଲିଜ ହେଉଛି ।
ଜବ ୱି ମେଟ୍
୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ‘ଜବ ୱି ମେଟ’ ଏକ ରୋମାଣ୍ଟିକ କମେଡି ଫିଲ୍ମ ଯାହାକୁ ଆଜି ମଧ୍ୟ ଦର୍ଶକ ପସନ୍ଦ କରନ୍ତି। ଫିଲ୍ମରେ କରୀନା କପୁର ଏବଂ ଶାନ୍ତ ଏବଂ ସାହିଦ କପୁର ଙ୍କ ମଧ୍ୟରେ କେମେଷ୍ଟ୍ରିକୁ ଲୋକମାନେ ପସନ୍ଦ କରିଥିଲେ। ‘ଜବ ୱି ମେଟ’ ୧୪ ଫେବୃଆରୀ, ଭାଲେଣ୍ଟାଇନ୍ସ ଡେ ରେ ପୁନଃ ମୁକ୍ତିଲାଭ କରିବ ।
ବଚନା ଏ ହସିନୋ
ରଣବୀର କପୁର, ବିପାଶା ବାସୁ, ଦୀପିକା ପାଦୁକୋନ, ମିନିଷା ଲାମ୍ବା ଅଭିନୀତ “ବଚନ ଏ ହସିନୋ” ଏକ ରୋମାଣ୍ଟିକ କମେଡି ଫିଲ୍ମ ଯାହାକୁ ପୁଣିଥରେ ଥିଏଟରରେ ଉପଭୋଗ କରାଯାଇପାରିବ । ଏହି ଫିଲ୍ମଟି ଫେବୃଆରୀ ୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
ସନମ୍ ତେରି କସମ୍
ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୁସେନ ଅଭିନୀତ ରୋମାଣ୍ଟିକ ମ୍ୟୁଜିକାଲ୍ ଫିଲ୍ମ ‘ସନମ୍ ତେରୀ କସମ୍’ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା । କେବଳ ଏକ ପ୍ରେମ କାହାଣୀର ଦୁଃଖଦ ଅନ୍ତ ଏହାକୁ ସୁନ୍ଦର କରିଥାଏ ଏବଂ ପ୍ରେମିକମାନଙ୍କୁ ଶିକ୍ଷା ଦେଇଥାଏ । ଏହି ଫିଲ୍ମଟି ଭାଲେଣ୍ଟାଇନ୍ସ ସପ୍ତାହରେ ଫେବୃଆରୀ ୭ ତାରିଖରେ ପୁଣି ରିଲିଜ ହେଉଛି ।
ବରେଲି କି ବର୍ଫି
ରାଜକୁମାର ରାଓ, ଆୟୁଷ୍ମାନ ଖୁରାନା ଏବଂ କୃତି ସାନନ ଅଭିନୀତ ରୋମାଣ୍ଟିକ-କମେଡି ଫିଲ୍ମ ‘ବରେଲି କି ବର୍ଫି’ ୭ ଫେବୃଆରୀ ୨୦୨୫ରେ ସିନେମା ହଲରେ ପୁଣି ରିଲିଜ ହେଉଛି ।
ସିଲସିଲା
ଅମିତାଭ ବଚ୍ଚନ, ରେଖା ଏବଂ ଜୟା ବଚ୍ଚନ ଅଭିନୀତ ଫିଲ୍ମ ‘ସିଲସିଲା’ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ କରିପାରିବେ । ଏହି ବଲିଉଡ୍ କ୍ଲାସିକ୍ ଫିଲ୍ମଟି ଫେବୃଆରୀ ୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ସଙ୍ଗୀତମୟ ରୋମାଣ୍ଟିକ ଡ୍ରାମା ୧୯୮୧ ମସିହାରେ ମୁକ୍ତିଲାଭ କରିଥିଲା ଏବଂ ଲୋକମାନେ ଏହି ତ୍ରିକୋଣୀୟ ପ୍ରେମ କାହାଣୀକୁ ବହୁତ ପସନ୍ଦ କରିଥିଲେ ।
ଆରାଧନା (୧୯୬୯)
ରାଜେଶ ଖାନ୍ନା, ଶର୍ମିଲା ଟାଗୋର, ଫରିଦା ଜଲାଲଙ୍କ ପରି ଅଭିନେତାଙ୍କ ଅଭିନୀତ କ୍ଲାସିକ୍ ଫିଲ୍ମ ‘ଆରାଧନା’ ମଧ୍ୟ ଫେବୃଆରୀ ମାସରେ ପ୍ରେକ୍ଷାଳୟରେ ଉପଭୋଗ କରାପାରିବେ । ଯଦିଓ ଏହା ଭାଲେଣ୍ଟାଇନ୍ସ ସପ୍ତାହ ପରେ ଅର୍ଥାତ୍ ୨୮ ଫେବୃଆରୀରେ ରିଲିଜ ହେବ ।
ଚାନ୍ଦନୀ (୧୯୮୯)
ଶ୍ରୀଦେବୀ, ରିଷି କପୁର, ବିନୋଦ ଖାନ୍ନା, ୱାହିଦା ରେହମାନ, ଅନୁପମ ଖେରଙ୍କ ଭଳି ଷ୍ଟାରମାନେ ରୋମାଣ୍ଟିକ ମ୍ୟୁଜିକାଲ୍ ଡ୍ରାମା ଫିଲ୍ମ ‘ଚାନ୍ଦନୀ’ରେ କାମ କରିଛନ୍ତି । ଏହି ଫିଲ୍ମଟି ୧୪ ଫେବୃଆରୀରେ ପ୍ରେକ୍ଷାଳୟରେ ପୁନଃ ମୁକ୍ତିଲାଭ କରିବାକୁ ଯାଉଛି ।