Breaking Newsଜାତୀୟରାଜନୀତି

ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ

ମଣିପୁର ରାଜନୀତିରେ ବଡ ହଲଚଲ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏନ. ବିରେନ ସିଂହ । ରବିବାର ସନ୍ଧ୍ୟାରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଇସ୍ତଫା ଦେବାର କିଛି ସମୟ ପୂର୍ବରୁ ଏନ ବିରେନ ସିଂ ବିଜେପି ସାଂସଦ ସମ୍ବିତ ପାତ୍ର ଓ ମନ୍ତ୍ରୀ ବିଧାୟକଙ୍କୁ ଭେଟିଥିଲେ । ଦିଲ୍ଲୀରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ବୀରେନ ନିଷ୍ପତ୍ତି ନେଇଥିଲେ । ମଣିପୁରରେ ଚାଲିଥିବା ହିଂସାକୁ ନେଇ ବିବାଦରେ ଥିଲେ ବୀରେନ ସରକାର ।

ଇସ୍ତଫା ଦେବା ପରେ ବୀରେନ ମିତ୍ର କହିଥିଲେ ଯେ ମଣିପୁରବାସୀଙ୍କ ହିତ ପାଇଁ ବହୁ ଜନହିତକର ଯୋଜନା କରିଛନ୍ତି । ମୋର କେନ୍ଦ୍ର ସରକାରଙ୍କୁ ଅନୁରୋଧ ଯେ,ଏହିଭଳି ଜନହିତକର କାର୍ଯ୍ୟ ଜାରି ରଖନ୍ତୁ । ରାଜ୍ୟପାଳ ଏନ ବିରେନ ସିଂଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ଯାଏଁ ଦାୟିତ୍ବ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ବର୍ତ୍ତମାନ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ରହିବେ ଏନ ବିରେନ ସିଂ ।

Related Articles

Back to top button
WP Twitter Auto Publish Powered By : XYZScripts.com