ଚାପଗ୍ରସ୍ତ ନ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ମୋଦିଙ୍କ ଆହ୍ୱାନ
![](https://i0.wp.com/odia.mobilenews24x7.com/wp-content/uploads/2025/02/school-21-2025-02-93cb0265b24894ef45ae175c1c650496-16x9-1.webp?resize=640%2C360&ssl=1)
ନୂଆଦିଲ୍ଲୀ : ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ପରୀକ୍ଷିତ ପରୀକ୍ଷା ପେ ଚର୍ଚ୍ଚା । ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଛି ଏହି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ଛାତ୍ର ଛାତ୍ରୀ ମାନଙ୍କୁ ନୂଆ ନୂଆ ଟିପ୍ସ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରୀକ୍ଷା ସମୟରେ କିଭଳି ଚାପଗ୍ରସ୍ତ ନହୋଇ କିମ୍ବା ପରୀକ୍ଷାକୁ ନ ଡରି ମୁକ୍ତ ଭାବରେ ପରୀକ୍ଷା ଦେବା , ପାଠପଢା ବେଳେ ଏକାଗ୍ରତା ରଖିବା ଜରୁରୀ ବୋଲି କହିଛନ୍ତି ମୋଦି । କଷ୍ଟକର ବିଷୟକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିବାକୁ ମୋଦି ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି । ନିଜକୁ ଯଥା ସମ୍ଭବ ସ୍ଥିର ରଖିବା ସହ ପଢିବା ସହିତ ଲେଖିବା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ କହିଛନ୍ତି ମୋଦି । କ୍ରିକେଟ ଜଗତର ଗଡ଼ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଉଦାହରଣ ଦେଇ ପିଲାଙ୍କୁ ବୁଝାଇଛନ୍ତି ମୋଦି । ପିଲାଙ୍କର ଯେଉଁ ଥିଲେ ରୁଚି ଅଛି ସେଥିରେ ତାଙ୍କୁ ପ୍ରାଥମିକତା ଦିଆଯିବା ସହ ଶିକ୍ଷକ ମାନେ ପିଲାମାନଙ୍କର ଯୋଗ୍ୟତା ମାପିବା ଦରକାର ବୋଲି ମୋଦି କହିଛନ୍ତି ।