ଓଡ଼ିଶା

ଦୁଇ ଦିନ ଯାଏ କଲବଲ କରିବ ଘନ କୁହୁଡ଼ି

ଭୁବନେଶ୍ୱର : ରାଜ୍ୟରେ ଏବେ ପଶ୍ଚିମାଝଡ଼ ଅପସାରଣ ପରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟକୁ ଧୀରେ ଧୀରେ ପ୍ରବେଶ କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଖାପାଖି ୪ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ। ଆସନ୍ତା ୨୪ ଘଣ୍ଟା ଆହୁରି ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା ଦୁଇ ଦିନ ଯାଏ କଲବଲ କରିବ ଘନ କୁହୁଡ଼ି। ଏଥପାଇଁ ୨୪ ଘଣ୍ଟା ପାଇଁ ୧୦ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଗତକିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଥିଲା। ଥଣ୍ଡା କମିବା ସହ ତାତି ଅନୁଭତ ହେଉଥିଲା। ହେଲେ ବର୍ତ୍ତମାନ ପାଗରେ ବଡ ପରିବର୍ତ୍ତନ ହୋଇଛି। ଯାହା ଫଳରେ ସାମାନ୍ୟ ଶୀତ ହେବା ସହ କୁହୁଡି ହେଉଥିବା ଦେଖିବାକୁ ମିଳିଛି।

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com