ସିଙ୍ଗର ଉଦିତ୍ ନାରାୟଣଙ୍କ ବିରୋଧରେ ଅଭିଯୋଗ ଆଣିଲେ ପ୍ରଥମ ପତ୍ନୀ

ନୂଆଦିଲ୍ଲୀ : ବିବାଦରେ ଏବେ ବଲିଉଡ୍ର ପ୍ରଖ୍ୟାତ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ । ତାଙ୍କ ପ୍ରଥମ ସ୍ତ୍ରୀ ଆଣିଥିବା ଅଭିଯୋଗ ଲାଗି ତାଙ୍କୁ ଫ୍ୟାମିଲି କୋର୍ଟ ବା ପାରିବାରିକ ଅଦାଲତରେ ହାଜର ହେବାକୁ ପଡ଼ିଛି । ଉଦିତଙ୍କ ପ୍ରଥମ ପତ୍ନୀଙ୍କ ଅଭିଯୋଗ ଅନୁସାରେ,ବିବାହ ପର ଠାରୁ ତାଙ୍କୁ ଆଜି ଯାଏ ପତ୍ନୀର ମାନ୍ୟତା ମିଳିନି । ବିବାହର ଏତେ ଦିନ ପରେ ବି ତାଙ୍କୁ ତାଙ୍କ ସ୍ବାମୀଙ୍କ ପାଖରେ ରହିବାକୁ ସୁଯୋଗ ମିଳିନି କି ତାଙ୍କୁ କେବେ ସ୍ତ୍ରୀର ମାନ୍ୟତା ଦିଆଯାଇନି ।
୨୦୨୨ ମସିହାରେ ଦାଖଲ କରାଯାଇଛି ଏହି ଅଭିଯୋଗ । ଆଉ ଏବେ ଏହି ମାମାଲର ଶୁଣାଣି ପାଇଁ ଉଦିତଙ୍କୁ ହାଜର ହେବାକୁ କୋର୍ଟରୁ ସମନ ପଠାଯାଇଥିଲା କିନ୍ତୁ ସେ ହାଜର ହୋଇନଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଖାଲି ଏତିକି ନୁହେଁ ବରଂ ତାଙ୍କ ନାଁରେ ଆସିଥିବା ଅଭିଯୋଗ ସମ୍ପର୍କରେ ତାଙ୍କର କୌଣସି ପ୍ରତିକ୍ରିୟା ବି ମିଳିପାରିନାହିଁ। ଗତ କିଛିଦିନ ତଳେ ଟ୍ରୋଲର ଶିକାର ହୋଇଥିଲେ ବଲିଉଡର ଲୋକପ୍ରିୟ ଗାୟକ ଉଦିତ ନାରାୟଣ । ଗାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏହି ଭିଡିଓଟି ଏକ ଲାଇଭ୍ କନସର୍ଟର, ଯେଉଁଥିରେ ସେ ତାଙ୍କର ହିଟ୍ ଗୀତ ‘ଟିପ୍ ଟିପ୍ ବରସା ପାନି’ ପରିବେଷଣ କରୁଥିବା ବେଳେ ଜଣେ ମହିଳା ଫ୍ୟାନ୍ସଙ୍କୁ କିସ୍ କରୁଥିବା ନଜର ଆସିଥିଲେ ।