ହସ୍ପିଟାଲରେ ଭର୍ତ୍ତି ହେଲେ ସିଙ୍ଗର ଗୁରୁ ରନ୍ଧାୱା

ନୂଆଦିଲ୍ଲୀ : ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସିଙ୍ଗର ଗୁରୁ ରନ୍ଧାୱା । ସୋସିଆଲ ମିଡିଆରେ ହସ୍ପିଟାଲ ବେଡ୍ରୁ ତାଙ୍କର ଏକ ଫଟୋ ପୋଷ୍ଟ କରି ସେ ନିଜେ ଏହି ଖବର ସେୟାର କରିଛନ୍ତି । ‘ଶୌନକି ସର୍ଦ୍ଦାର’ ଫିଲ୍ମର ଏକ ଆକ୍ସନ ସିନ୍ ସୁଟିଂ ସମୟରେ ସେ ଆହତ ହୋଇଥିଲେ ଏବଂ ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ଗୁରୁ ରନ୍ଧାୱା ନିକଟରେ ତାଙ୍କର ପଞ୍ଜାବୀ ଫିଲ୍ମ ‘ଶୌନକି ସର୍ଦ୍ଦାର’ର ସୁଟିଂ କରୁଥିଲେ, ଯେଉଁଥିରେ ବବୁ ମାନ, ନିମ୍ରିତ କୌର ଆହଲୁୱାଲିଆ ଏବଂ ଗୁଗ୍ଗୁ ଗିଲ ମଧ୍ୟ ଅଭିନୟ କରିଛନ୍ତି । କିନ୍ତୁ ଏକ ଆକ୍ସନ୍ ସିକ୍ୱେନ୍ସ କରିବା ସମୟରେ ସେ ଆହତ ହୋଇଥିଲେ ।
ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରି ଗୁରୁ ଲେଖିଛନ୍ତି, ‘ମୋର ପ୍ରଥମ ଷ୍ଟଣ୍ଟ, ମୋର ପ୍ରଥମ ଆଘାତ, କିନ୍ତୁ ମୋର ସାହସ ଅକ୍ଷୁର୍ଣ୍ଣ ରହିଛି ।’ “ଶୌନକି ସର୍ଦ୍ଦାର” ଚଳଚ୍ଚିତ୍ରର ସେଟରୁ ଏକ ସ୍ମୃତି ମିଳିଗଲା । ଏହା ବହୁତ କଷ୍ଟକର… କିନ୍ତୁ ମୁଁ ମୋ ଦର୍ଶକଙ୍କ ପାଇଁ କଠିନ ପରିଶ୍ରମ କରିବି ।’ ଫଟୋରେ ଗାୟକଙ୍କୁ ହସ୍ପିଟାଲ ବେଡରେ ଶୋଇଥିବାର ଦେଖାଯାଇଥିଲା । ତାଙ୍କ ବେକ ଏବଂ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି । ଗୁରୁଙ୍କର ଚିକିତ୍ସା ଚାଲିଥିବାବେଳେ ବର୍ତ୍ତମାନ ସେ ସାମାନ୍ୟ ଭଲ ଅଛନ୍ତି।