Breaking NewsFeaturedଓଡ଼ିଶାଶିକ୍ଷା

ମାଟ୍ରିକ୍ ପରୀକ୍ଷାରେ ମହଙ୍ଗା ପଡିଲା କପି କରିବା; କପି ଧରିଦେଲା AI କ୍ୟାମେରା

ଭୁବନେଶ୍ୱର : ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଦ୍ଵିତୀୟ ଭାଷା ପରୀକ୍ଷା ବେଳେ କପି କରି ଧରା ପଡ଼ିଛନ୍ତି ୮ ଜଣ ପରୀକ୍ଷାର୍ଥୀ । ପରୀକ୍ଷା କେନ୍ଦ୍ରରେ ଲାଗିଥିବା କ୍ୟାମେରାରେ ପରୀକ୍ଷାର୍ଥୀ କପି କରୁଥିବା ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମ୍‌ର ଅଧିକାରୀ ଦେଖିଥିଲେ । ଏହା ପରେ କପି କରୁଥିବା ୮ ଜଣଙ୍କୁ ଧରା ଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ଡକ୍ଟର ନିହାର ରଂଜନ ମହାନ୍ତି ଏନେଇ ସୂଚନା ଦେଇଛନ୍ତି ।

ତେବେ ଚଳିତ ଥର ମ୍ୟାଟ୍ରିକ ପରୀକ୍ଷାରେ କପି ରୋକିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି କ୍ୟାମେରା । ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ ଏଆଇ ଦ୍ୱାରା କେତେକ ପରୀକ୍ଷା କେନ୍ଦ୍ରରୁ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଥିବା ବେଳେ ତ୍ରୁଟି ସୁଧାରିବାକୁ ସଜାଗ ହୋଇଛି ବୋର୍ଡ । ପରୀକ୍ଷା ସୁପରିଚାଳନା ପାଇଁ ଏଥର ବିଶେଷ ବ୍ୟବସ୍ଥା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com