Breaking NewsFeaturedମନୋରଞ୍ଜନ

ମହାକୁମ୍ଭରେ ବୁଡ଼ ପକାଇଲେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର

ଉତ୍ତରପ୍ରଦେଶ : ମହାକୁମ୍ଭରେ ବୁଡ଼ ପକାଇଲେ ଅକ୍ଷୟ କୁମାର । ପ୍ରୟାଗରାଜ ଯାଇ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର । ଏକ ଧଳା ପୋଷାକରେ ନଜର ଆସିଥିଲେ ଅକ୍ଷୟ । ସଙ୍ଗମ ସ୍ଥଳକୁ ଚାଲିଚାଲି ଯାଇ ସେ ପବିତ୍ର ସ୍ନାନ କରିଥିଲେ । ମହାକୁମ୍ଭରେ ବୁଡ ପକାଇବା ପରେ ହାତ ଯୋଡି ପୋଲିସ ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ । ଏହାସହ ମହାକୁମ୍ଭରେ ଏତେ ସୁନ୍ଦର ବ୍ୟବସ୍ଥା ପାଇଁ ଯୋଗୀ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

ତେବେ ଆଗକୁ ମହାଶିବରାତ୍ରୀ ଥିବାରୁ ମହାକୁମ୍ଭରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଫେବୃୟାରୀ ୨୬ରେ ମହାକୁମ୍ଭ ସରୁଥିବା ବେଳେ ଲକ୍ଷ ଲକ୍ଷ ଲୋକେ ବୁଡ ପକାଇବାକୁ ପ୍ରୟାଗରାଜ ଯାଉଛନ୍ତି । ନେତା, ଅଭିନେତା, ଖେଳାଳୀ, ଶିଳ୍ପପତି, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ମହାକୁମ୍ଭରେ ବୁଡ ପକାଉଥିବା ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com