Breaking NewsFeaturedଓଡ଼ିଶା

ସ୍ମାର୍ଟସିଟି ଉପରେ ନଜର ରଖିବ AI କ୍ୟାମେରା

ଭୁବନେଶ୍ୱର : ଏଣିକି ରାଜଧାନୀ ଭୁବନେଶ୍ୱରକୁ ଜଗିବ AI କ୍ୟାମେରା । ଅପରାଧୀଙ୍କ ଗତିବିଧି ଉପରେ ରହିବ ନଜର। ରାଜଧାନୀରେ ଖୁବଶୀଘ୍ର ଏଭଳି ପଦକ୍ଷେପ ନେବାକୁ ଯାଉଛି କମିସନରେଟ ପୋଲିସ । ବିଭିନ୍ନ ଛକ ବଜାରରେ ଏବଂ ଟ୍ରାଫିକ ପୋଷ୍ଟରେ ପ୍ରାଥମିକ ପ୍ରର୍ଯ୍ୟାୟରେ ଲାଗିବ AI କ୍ୟାମେରା । ବର୍ତ୍ତମାନ ସ୍ମାର୍ଟସିଟିରେ ପାଖାପାଖି ୧୦୦୦ ଟି କ୍ୟାମେରା ରହିଛି। ଆହୁରି ଅଧିକ କ୍ୟାମେରା ଲଗାଇବା ପାଇଁ ରାଜ୍ୟସରକାରଙ୍କୁ ଚିଠି ଲେଖି ଜଣାଇବ କମିସନରେଟ ପୋଲିସ । ଅନ୍ୟପଟେ ଆପର୍ଟମେଣ୍ଟ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଛନ୍ତି ପୋଲିସ କମିସନର । ଯଥାଶୀଘ୍ର ଆପାର୍ଟମେଣ୍ଟ ଓ ATM କାଉଣ୍ଟରକୁ ପୋଲିସ କଣ୍ଟ୍ରୋଲ ରୁମ୍ ସହ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିସନର ।

Related Articles

Back to top button
WP Twitter Auto Publish Powered By : XYZScripts.com