କ୍ରୀଡ଼ା

ଚାମ୍ପିୟନ୍ସ ଟ୍ରଫିରୁ ଆଉଟ୍ ହେଲା ପାକିସ୍ତାନ

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଆୟୋଜକ ଦଳ ପାକିସ୍ତାନ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି। ସୋମବାର ନ୍ୟୁଜିଲାଣ୍ଡ ୫ ୱିକେଟରେ ବାଂଲାଦେଶକୁ ହରାଇଥିଲା। ଫଳରେ ଭାରତ ଓ ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ପକ୍ଷରେ ପାକିସ୍ତାନ ଓ ବାଂଲାଦେଶ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଉଛନ୍ତି। ପାକିସ୍ତାନ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ଓ ଦ୍ବିତୀୟ ମ୍ୟାଚରେ ଭାରତ ଠାରୁ ହାରିଥିଲା। ଅନ୍ୟ ପକ୍ଷରେ ବାଂଲାଦେଶ ମଧ୍ୟ ପ୍ରଥମ ମ୍ୟାଚରେ ଭାରତ ନିକଟରୁ ହାରିଥିଲା।

ସୋମବାର ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୨୩୬ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ୱିକେଟ ହରାଇ ୨୪୦ ରନ କରିଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଅଧିନାୟକ ନଜମୋଲ ହୋସେନ ଶନ୍ତୋ ୭୭ ରନ କରିଥିଲେ। ଶନ୍ତୋ ୧୧୦ ବଲ ଖେଳି ୯ ଚୌକା ମାରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜାକେର ଅଲୀ ୪୫ ଓ ରିଶାଦ ହୋସେନ ୨୬ ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ବ୍ରେସୱେଲ ଘାତକ ବୋଲିଂ କରି ୪ ୱିକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ୱିଲିୟମ ଓରୁରକେ ୨, କାଇଲ ଜେମିସନ ଓ ମ୍ୟାଟ୍ଟ ହେନରୀ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com