ଏହିସବୁ ଗାଡିକୁ ଆଉ ମିଳିବନି ପେଟ୍ରୋଲ !

ନୂଆଦିଲ୍ଲୀ : ଏଣିକି ଆଉ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ମିଳିବନି ପେଟ୍ରୋଲ୍ ଓ ଡିଜେଲ୍ । ମାର୍ଚ୍ଚ ୩୧ରୁ ପୁରୁଣା ଗାଡ଼ିକୁ ପେଟ୍ରୋଲ-ଡିଜେଲ୍ ମିଳିବ ନାହିଁ । ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ସିରସା ଶନିବାର ଏହି ଘୋଷଣା କରିଛନ୍ତି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଲାଗି ଦିଲ୍ଲୀ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି । ପରିବେଶ ମନ୍ତ୍ରୀ କହିଛନ୍ତି, ନିଷ୍ପତ୍ତି ନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରାଳୟକୁ ଶୀଘ୍ର ଜଣାଇବୁ । ଆମେ ପେଟ୍ରୋଲ୍ ପମ୍ପରେ ଏକ ଗ୍ୟାଜେଟ୍ ଲଗାଉଛୁ ଯାହାକି ୧୫ ବର୍ଷ ପୁରୁଣା ବାହାନକୁ ଚିହ୍ନଟ କରିବ। ଆଉ ଉକ୍ତ ବାହାନକୁ ପେଟ୍ରୋଲ, ଡିଜେଲ୍ ମିଳିବ ନାହିଁ ।
ବାୟୁ ପ୍ରଦୂଷଣ ସହ ଲଢ଼ୁଥିବା ଦିଲ୍ଲୀର ସ୍ଥିତି ବର୍ଷକୁ ବର୍ଷ ଖରାପ ହେବାରେ ଲାଗିଛି । ୨୦୧୩ ନଭେମ୍ବରରେ ଦିଲ୍ଲୀରେ ବାୟୁର ହାରାହାରି ମାନ ୨୮୭ AQI ଥିଲା । ୨୦୨୪ ନଭେମ୍ବରେ ବାୟୁର ହାରାହାରି ମାନ ୫୦୦ AQI ଉପରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।