Breaking NewsFeaturedଓଡ଼ିଶା
ଆକାଉଣ୍ଟକୁ ଆସିଲା ‘ସୁଭଦ୍ରା’ର ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର: ଆସିଲା ‘ସୁଭଦ୍ରା’ର ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା । ପ୍ରାୟ ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ଏହାକୁ ମିଶାଇ କୋଟିଏ୍ ପାର କଲା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା । ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଘର ଘର ବୁଲି ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ମାର୍ଚ୍ଚ ୩୧ ତାରିଖରେ ସୁଭଦ୍ରା ଆବେଦନ ପ୍ରକ୍ରିୟାକୁ ବନ୍ଦ ରଖି ସର୍ଭେ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସର୍ଭେ ପରେ ଅବଶିଷ୍ଟ ହିତାଧିକାରୀଙ୍କୁ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଏକ ସଙ୍ଗେ ୩ଟି କିସ୍ତି ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।