
ଭୁବନେଶ୍ୱର: ସରଗରମ ରାଜ୍ୟ ରାଜନୀତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଖୋଜୁଛି ବିଜେଡି । ହାତରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଚାଲିଛି ଖୋଜା । ଶାସକ-ବିରୋଧୀଙ୍କ ହାଇଡ୍ରାମା ମଧ୍ୟରେଳ ପରସ୍ପର ଟଣାଓଟରା ହୋଇ ଏବେ ମୋହନଙ୍କୁ ଚାଲିଛି ଖୋଜା । ବିଧାନସଭାରେ ପରସ୍ପରକୁ ଟଣାଓଟରା ଏବଂ ହାତାହାତି ଭଳି ସ୍ଥିତିରେ ପହଞ୍ଚିଥିଲେ ନିର୍ବାଚିତ ସଦସ୍ୟ । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାବେଳେ ଗୃହକୁ ବାଧ୍ୟ ହୋଇ ମୁଲତବି ରଖିଛନ୍ତି ବାଚସ୍ପତି । ଅନ୍ୟପଟେ ବିଜେପି ଗୃହ ନଚଳାଇ ଦେଇ ଅନନ୍ୟ ପ୍ରତିବାଦ କରିଛି । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିକୁ ଦାବି କରି ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଛନ୍ତି ବିଜେଡି ବିଧାୟକ । ବିଧାନସଭା ବାହାରେ ଏବଂ ଭିତରେ ଲଣ୍ଠନ ଧରତ ପ୍ରକୋଷ୍ଠରୁ ପ୍ରକୋଷ୍ଠ ବୁଲିଛନ୍ତି ବିଜେଡି ବିଧାୟକ । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଆଗରେ ମଧ୍ୟ ଲଣ୍ଠନ ଧରି ପ୍ରତିବାଦ କରିଛି । ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀ କୁଆଡେ ଗଲେ ବୋଲି କହି, ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଛନ୍ତି ବିଜେଡି ବିଧାୟକ ।