
ଭୁବନେଶ୍ୱର: ରାସନ କାର୍ଡକୁ ନେଇ ଆସିଲା ବଡ଼ ଖବର । ବାଦ ପଡିଲେ ୮୪ ହଜାରରୁ ଅଧିକ ହିତାଧିକାରୀ । ରାଜ୍ୟରେ ଏପର୍ୟ୍ୟନ୍ତ ଚିହ୍ନଟ ହୋଇଛନ୍ତି ମୋଟ ୨୨ ହଜାର ୨୯୩ ଟି ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ । ଏହାସହ ରାଜ୍ୟରେ ୮୪ ହଜାର ୭୫୭ ଜଣ ହିତାଧିକାରୀ ରାସନ କାର୍ଡ ପାଇବାରୁ ବାଦ୍ ପଡିଛନ୍ତି । ନୂଆ ସରକାର ଆସିବା ପରେ ଯାଞ୍ଚ କରାଯାଇ ୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ କରାଯିବା ସହ ସେମାନଙ୍କ କାର୍ଡକୁ ବାତିଲ କରାଯାଇଛି।
ଅନ୍ୟପଟେ ହଜାର ହଜାର ପ୍ରକୃତ ଯୋଗ୍ୟ ହିତାଧିକାରୀ ରାସନକାର୍ଡ ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ସମସ୍ୟାରେ ସବୁଠୁ ଆଗରେ ଅଛି ଅନୁଗୁଳ ଜିଲ୍ଲା ଯେଉଁଠି ୩ ହଜାର ୯୭୨ ହିତାଧିକାରୀ ରାସନକାର୍ଡରୁ ବଞ୍ଚିତ ହୋଇ ରହିଛନ୍ତି ।
ଏନେଇ ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର।