Featuredଓଡ଼ିଶାରାଜନୀତି

ସାମ୍ବାଦିକଙ୍କ ଉପରୁ ହଟିଲା କଟକଣା; ମୋବାଇଲ ନେବେ ହେଲେ ଉଠାଇପାରିବେନି ଫଟୋ

ଭୁବନେଶ୍ୱର: ହଟିଲା କଟକଣା । ମୋବାଇଲ ନେବେ ହେଲେ ଉଠାଇପାରିବେନି ଫଟୋ କି ଭିଡିଓ । ଓଡ଼ିଶା ବିଧାନସଭାରେ ସାମ୍ବାଦିକଙ୍କ ଉପରେ ମୋବାଇଲ କଟକଣାକୁ ହଟାଯାଇଛି । ଗାନ୍ଧୀ ମୂର୍ତ୍ତି ତଳେ ସାମ୍ବାଦିକମାନେ ଆନ୍ଦୋଳନ କରିବା ପରେ ନିଷ୍ପତ୍ତି ବଦଳାଇଲେ ସରକାର । ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କ ବୁଝାସୁଝା ପରେ ଧାରଣାରୁ ଓହରିଛନ୍ତି ସାମ୍ବାଦିକମାନେ । କଟକଣା ଉଠିଥିଲେ ମଧ୍ୟ ମିଡିଆ ଗ୍ୟାଲେରୀରେ ଫଟୋ ଉଠାଇପାରିବେନି କିମ୍ବା ଭିଡିଓ ରେକର୍ଡିଂ କରିପାରିବେନି । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ।
ଗୃହରେ ଗତକାଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ହୋଇଥିବା ଟଣାଓଟରାକୁ ରେକର୍ଡ କରିଥିଲେ ସାମ୍ବାଦିକମାନେ । ଯାହାକୁ ବିଭିନ୍ନ ଟିଭି ଓ ଅନ୍ୟାନ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସରକାର ସେମାନଙ୍କ ଉପରେ ଲାଗୁ କରିଥିଲେ କଟକଣା । ଏହି ନିଷ୍ପତିକୁ ବିରୋଧ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇ ବିରୋଧ ପ୍ରଦର୍ଶନ କରିଥିଲେ ସାମ୍ବାଦିକମାନେ ।

Related Articles

Back to top button
WP Twitter Auto Publish Powered By : XYZScripts.com