ଓଡ଼ିଶା

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି

କଟକ, ୩୦/୦୭/୨୦୨୨- ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି । ମୋଟ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ ହୋଇଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ସମ୍ପତ୍ତି ଆଟାଚ୍ ହୋଇଛି । ଏହା ସହିତ କଟକ ଏସବିଆଇ ବ୍ୟାଙ୍କ୍‌ରେ ଥିବା ୨୫ ଲକ୍ଷ ବ୍ୟାଙ୍କ ଟଙ୍କା ମଧ୍ୟ ଆଟାଚ୍ ହୋଇଛି। ଆରବିଆଇ ଓ ଏନଏସଇଆଇ ବିନା ଅନୁମତିରେ ସଂସ୍ଥା ଖୋଲିଥିବାରୁ ଓ ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଏ ବିଷୟରେ ପ୍ରଭାତ କହିଛନ୍ତି, ଏସବିଆଇରେ ୨୫ ଲକ୍ଷ ଟଙ୍କା ଡିପୋଜିଟ ଥିଲା । ଏହାବାଦ୍ ତାଙ୍କର କୌଣସି ସମ୍ପତ୍ତି ନାହିଁ। ୩ କୋଟି ୯୨ ଲକ୍ଷ ଲୋନ୍ ଟଙ୍କା ଅଟେ । ଯାହାକୁ ଜାମିନ ବାବଦକୁ ଇଡି ବ୍ୟାଙ୍କ୍‌କୁ କହି ଜବତ କରିଥାଇପାରେ ବୋଲି ପ୍ରଭାତ କହିଛନ୍ତି । ଅନ୍ୟପଟେ ପ୍ରଭାତଙ୍କ ପୁଅ ବିଧାୟକ ସୌଭିକ ବିଶ୍ୱାଳ କହିଛନ୍ତି ଯେ, ସେ ଏ ବିଷୟରେ କୌଣିସ ସୂଚନା କିମ୍ବା ଚିଠି ପାଇ ନାହାନ୍ତି ।  ଗତକାଲି ଇଡି ପକ୍ଷରୁ ପ୍ରଭାତଙ୍କ ଘରକୁ ଚିଠି କରି ତାଙ୍କର ଜବତ ହୋଇଥିବା ୨୫ ଲକ୍ଷ ଟଙ୍କା ଆଟାଚ୍ ହୋଇଥିବା ସୂଚନା ଦେଇଥିବା ତାଙ୍କ ପତ୍ନୀ ଲକ୍ଷ୍ମି ବିଳାଶିନୀ ବିଶ୍ୱାଳ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com