Featuredଓଡ଼ିଶାରାଜନୀତି

ଘଣ୍ଟ ଓ ଝାଞ୍ଜ ବାଡ଼େଇ କଂଗ୍ରେସର ପ୍ରତିବାଦରେ ଗୃହ ହେଲା ମୁଲତବୀ

ଭୁବନେଶ୍ୱର: ଗୃହ ହେଲା ମୁଲତବୀ । କଂଗ୍ରେସର ହଙ୍ଗମା ଭିତରେ ଚାଲିପାରିଲାନି ଗୃହ । ବିଧାନସଭାର ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା କରିଥିଲେ କଂଗ୍ରେସର ସଦସ୍ୟ । ଘଣ୍ଟ ଓ ଝାଞ୍ଜ ବାଡ଼େଇ କରିଥିଲେ ପ୍ରତିବାଦ । ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିବାକୁ ଉଦ୍ୟମ କରି ବିରୋଧ ପ୍ରଦର୍ଶନ କରିଥିଲେ । ଗୃହ ଆରମ୍ଭରୁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଥିଲେ ବାଚସ୍ପତିଙ୍କ ସମେତ ସମସ୍ତ ସଦସ୍ୟ । କିନ୍ତୁ ଯେତେବେଳେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା ସେତେବେଳେ କଂଗ୍ରେସ ପୂର୍ବ ଥର ପରି ଏଥର ମଧ୍ୟ ଘଣ୍ଟ ବାଡ଼େଇ କରିଥିଲା ପ୍ରତିବାଦ । ଯାହା ପରେ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରଛନ୍ତି ବାଚସ୍ପତି ସୁରମା ପାଢୀ ।

Related Articles

Back to top button
WP Twitter Auto Publish Powered By : XYZScripts.com