Featuredଓଡ଼ିଶାରାଜନୀତି

ବିବୃତି ରଖିଲେ ବାଚସ୍ପତି, କକ୍ଷ ତ୍ୟାଗ କଲା ବିଜେଡି

ଭୁବନେଶ୍ୱର: ବିବୃତି ରଖିଲେ ବାଚସ୍ପତି । ସୁରମା ପାଢୀ ଗୃହରେ ନିଜର ବିବୃତି ରଖିଛନ୍ତି । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗକୁ ନେଇ ରଖିଲେ ବିବୃତି । କାଲି କଂଗ୍ରେସର ୧୨ ସଦସ୍ୟଙ୍କୁ କରିଥିଲେ ନିଲମ୍ବନ । ଆଜି ଆଉ ଦୁଇ ଜଣ ବିଧାୟକ ତାରା ବାହିନୀପତି ଓ ରମେଶ ଜେନାଙ୍କୁ ନିଲମ୍ବନର ନୋଟିସ ଦେଇଥିଲେ । ଏହା ପରେ ବିଜେଡି କଂଗ୍ରେସକୁ ସମର୍ଥନ କରି ଗୃହ ତ୍ୟାଗ କରିଥିଲା । ମୁଲତବୀ ଉଠିବା ପରେ ଗୃହ କାର୍ଯ୍ୟ ଯେତେବେଳେ ଆରମ୍ଭ ହେଲା ବିଜେଡି ବାଚସ୍ପତିଙ୍କ ବିବୃତି ରଖିବାକୁ କରିଥିଲା ଦାବି । କିନ୍ତୁ ଯେତେବେଳେ ସୁରମା ପାଢୀ ବିବୃତି ରଖିଲେ ତାହାକୁ ବିରୋଧ କରିଛି ବିରୋଧୀ ବିଜେଡି । ଏହା ସହ କକ୍ଷ ତ୍ୟାଗ କରିଛନ୍ତି ବିଜେଡି ସଦସ୍ୟ ।

Related Articles

Back to top button
WP Twitter Auto Publish Powered By : XYZScripts.com