Featuredଓଡ଼ିଶା

ଆସନ୍ତା ୩ ଦିନ ନିଆଁର ବର୍ଷାରେ ଜଳିବ ଓଡ଼ିଶା

ଭୁବନେଶ୍ୱର: ଆକାଶରୁ ବର୍ଷୁଛି ନିଆ ଗୁଳା । ଟାଇଁ ଟାଇଁ ଖରାରେ ସିଝିବ ଓଡ଼ିଶା । ଆସନ୍ତା ୩ ଦିନ ନିଆଁର ବର୍ଷାରେ ଜଳିବେ ରାଜ୍ୟବାସୀ । ବିଶେଷ କରି ଜଳିବ ପଶ୍ଚିମ ଓଡ଼ିଶା । ୩ ଦିନ ପାଇଁ ହିଟ ୱେଭ ୱାର୍ଣ୍ଣି । ବିଭିନ୍ନ ସ୍ଥାନରେ ୪୧ ଡିଗ୍ରୀ ଛୁଇଁବ ତାପମାତ୍ରା। ୨ ଜିଲ୍ଲା ସମ୍ବଲପୁର ଓ ବୌଦ୍ଧକୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୩ ଦିନ ମଧ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ୟ୍ୟନ୍ତ ବୃଦ୍ଧି ପାଇବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ୨୯ରେ ଝାରସୁଗୁଡ଼ା, ସମ୍ବଲପୁର,ସୋନପୁର, ବୌଦ୍ଧ, ବଲାଙ୍ଗିର ଏବଂ କଳାହାଣ୍ଡିକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୩୦ରେ ୮ ଜିଲ୍ଲାକୁ ହିଟୱେଭ ନେଇ ୟେଲୋ ଆର୍ଲଟ। ଆସନ୍ତାକାଲି ଓ ୩୦ ତାରିଖରେ ବଲାଙ୍ଗିରରେ ୪୩ ଡିଗ୍ରୀ ଛୁଇଁପାରେ ତାପମାତ୍ରା।

ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀରରେ ୪୦.୮, ବୌଦ୍ଧରେ ୪୦.୫, ସୋନପୁରରେ ୪୦.୨, ହୀରାକୁଦରେ ୪୦.୧, ସମ୍ବଲପୁର, ପାରଳାଖେମୁଣ୍ଡି, ଟିଟିଲାଗଡ଼ରେ ୪୦ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବର ତାପମାତ୍ରା ୩୮.୫ ଡିଗ୍ରିରେ ପହଞ୍ଚିଛି ।
ତେବେ ୩୦ ତାରିଖ ପରେ ପାରଦ ୨ ଡିଗ୍ରୀ ଖସିପାରେ। ୨ ତାରିଖ ବେଳକୁ କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com