Featuredଓଡ଼ିଶାଶିକ୍ଷା

ଏକାଡେମିକ କ୍ୟାଲେଣ୍ଡର: କେତେ ଦିନ ଚାଲିବ ସ୍କୁଲ? କେତେ ଦିନ ସ୍କୁଲ ଛୁଟି ହେବ?

ଭୁବନେଶ୍ୱର: ଘୋଷଣା ହେଲା ଏକାଡେମିକ କ୍ୟାଲେଣ୍ଡର । କେତେ ଦିନ ଚାଲିବ ସ୍କୁଲ? କେତେ ଦିନ ସ୍କୁଲ ଛୁଟି ହେବ? ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ଏକାଡେମିକ କ୍ୟାଲେଣ୍ଡର । ଏଥିରେ କାର୍ୟ୍ୟ ଦିବସଠୁ ଆରମ୍ଭ କରି ଛୁଟି, ପରୀକ୍ଷା ସମୟ ଆଦି ପ୍ରକାଶ କରାଯାଇଛି। ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ, ମେ ୬ରୁ ଜୁନ୍ ୧୯ ତାରିଖ ଯାଏ ଖରାଛୁଟି ପାଇଁ ସ୍କୁଲ ବନ୍ଦ ରହିବ।

ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ପାଳନ ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଶିକ୍ଷାବର୍ଷରେ ୫୨ଟି ରବିବାର ରହିଛି। ଏଥିସହ ୮୦ଟି ପୂଜା ଓ ବିଭିନ୍ନ ଛୁଟି ରହିଛି। ଅତିରିକ୍ତ ୨ଟି ଛୁଟି ମଧ୍ୟ ରଖାଯାଇଛି। ୨୩୧ଟି କାର୍ୟ୍ୟଦିବସ ଅଛି, ଅର୍ଥାତ୍ ଶିକ୍ଷକମାନେ ୨୩୧ ଦିନ ସ୍କୁଲ ଆସିବେ। ଶିକ୍ଷା କ୍ୟାଲେଣ୍ଡରକୁ ପାଳନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି।

ଏହି କ୍ୟାଲେଣ୍ଡର ଅନୁସାରେ, ଏପ୍ରିଲ ମାସରେ ୨୨ଟି କାର୍ୟ୍ୟଦିବସ ରହିଥିବା ବେଳେ ମେ’ରେ ୪ଟି, ଜୁନରେ ୮ଟି, ଜୁଲାଇରେ ୨୬, ଅଗଷ୍ଟରେ ୨୨ଟି ଲେଖାଏ କାର୍ୟ୍ୟ ଦିବସ ରହିଛି । ସେହିପରି ସେପ୍ଟେମ୍ୱରରେ ୨୩, ଅକ୍ଟୋବରରେ ୨୦, ନଭେମ୍ୱରରେ ୨୧, ଡିସେମ୍ୱରରେ ୧୮, ଜାନୁଆରୀରେ ୨୩, ଫେବ୍ରୁଆରୀରେ ୨୪ ଓ ମାର୍ଚ୍ଚରେ ୨୨ଟି ଲେଖାଏ କାର୍ର୍ୟ୍ୟ ଦିବସ ରହିଛି।

କାର୍ଯ୍ୟ ଦିବସ ସହ ସ୍କୁଲର ସମୟ ଅବଧିର ସୂଚି ମଧ୍ୟ ପ୍ରକାଶ କରାଯାଇଛି । ବିଦ୍ୟାଳୟରେ କାର୍ୟ୍ୟ ସମୟ ସକାଳ ସାଢ଼େ ୯ଟା ୩୦ରୁ ଅପରାହ୍ଣ ସାଢ଼େ ୪ଟା ୩୦ ପର୍ୟ୍ୟନ୍ତ ପାଠପଢ଼ା ରଖାଯାଇଛି। ଶନିବାର ଦିନ ସକାଳ ସାଢ଼ ୬ଟାରୁ ଦିନ ୧୨ ଟା ୩୦ ଯାଏଁ ପାଠପଢ଼ା ହେବ।

ତେବେ ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ରହିବା ବାଧ୍ୟତାମୂଳକ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com