ଓଡ଼ିଶାସ୍ୱାସ୍ଥ୍ୟ

ମହାନଦୀରେ ବୁଡିଗଲେ ୨ ଜଣ

କଟକ : ଗାଧୋଇବା ବେଳେ ବୁଡିଗଲେ ୨ ଜଣ । ମହାନଦୀ ଯୋବ୍ରା ଆନିକଟ ନିକଟରେ ଏହି ଅଘଟଣ ଘଟିଛି । ୩ ଜଣ ପିଲା ଗାଧୋଉଥିବା ବେଳେ ସୁଅରେ ଭାସିଯାଇଥିଲେ । କୂଳକୁ ଆସିବା ପାଇଁ ବହୁ ଚେଷ୍ଟା କରି ମଧ୍ୟ ଆସି ପାରିନଥିଲେ । ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକମାନେ ୨୨ ବର୍ଷୀୟ ପିଙ୍କୁନ ଜେନା ଓ ୧୪ ବର୍ଷୀୟ ସାଇ ବେହେରା । ପିଲାମାନଙ୍କୁ ଉଦ୍ଧାର କରିବାରେ ପ୍ରାୟ ୧ ଘଣ୍ଟା ବିଳମ୍ବ ହୋଇ ଯାଇଥିଲା। ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com