ଓଡ଼ିଶାଜାତୀୟ

ଭୁବନେଶ୍ୱର ଛାଡ଼ି ଯିବାକୁ ପାକିସ୍ତାନୀ ମହିଳାଙ୍କୁ କମିଶନରେଟ ପୋଲିସର ନୋଟିସ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବାସ କରୁଛନ୍ତି ଜଣେ ପାକିସ୍ତାନୀ ମହିଳା। ଦୀର୍ଘ ମିଆଦି ଭିସାରେ ସେ ୨୦୦୮ରୁ ଭୁବନେଶ୍ଵରରେ ଅବସ୍ଥାନ କରୁଛନ୍ତି । ତେବେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଛି ।

ଯେଉଁଥିପାଇଁ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ଲାଗି ‘ଏକଜିଟ୍ ପରମିଟ୍‘ ପାଇଁ କମିଶନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । କିନ୍ତୁ ତାଙ୍କର ସେହି  ଆବେଦନ ପଡ଼ି ରହିଥିଲା । ଏବେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ ପୋଲିସ ନୋଟିସ କରିଛି ।

ସେହିପରି ପାକିସ୍ତାନର ଅନ୍ୟ ଜଣେ ହିନ୍ଦୁ ମହିଳା ଓଡ଼ିଶାରେ ଦୀର୍ଘ ମିଆଦି ଭିସାରେ ରହୁଥିବା ଯାଞ୍ଚବେଳେ ଜଣାପଡ଼ିଛି । ଓଡ଼ିଶାର ଜଣେ ହିନ୍ଦୁଙ୍କୁ ସେ ବିବାହ କରି ଭାରତର ନାଗରିକତ୍ବ ମଧ୍ୟ ଗ୍ରହଣ କରିଛନ୍ତି । ତେବେ ସେହି ପାକିସ୍ତାନୀ ମହିଳାଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ସ୍ୱଦେଶକୁ ଫେରିବା ପାଇଁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com