ଓଡ଼ିଶା

ବିଦ୍ୟାଳୟରୁ ଉଦ୍ଧାର ହେଲା ୨୦ ଫୁଟର ଅହିରାଜ

ଗଜପତି : ବିଦ୍ୟାଳୟରୁ ବାହାରିଲା ଅହିରାଜ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର SSD ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ । ସାପଟିର ଲମ୍ବ  ପ୍ରାୟ ୨୦ ଫୁଟ ରହିଛି । ଗଞ୍ଜାମ ଜିଲ୍ଲା ଚିକିଟିରୁ ସ୍ନେକ ହେଲ୍ପଲାଇନର ସଦସ୍ୟ ମାନେ ଆସି ତାକୁ ଉଦ୍ଧାର କରିଥିଲେ।

କିଛି ଦିନ ହେବ ବିଦ୍ୟାଳୟ ପରିସରରେ ଉକ୍ତ ସାପଟି ବୁଲାବୁଲି କରୁଥିବା ଦେଖାଯାଇଥିଲା। ଗତକାଲି ସନ୍ଧ୍ୟାରେ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଗୃହକୁ ସାପଟି ପଶି ଆସିଥିବା ବେଳେ ସେଠାକାର କର୍ମଚାରୀ ମାନେ ଶ୍ରେଣୀଗୃହର କବାଟ ବନ୍ଦ କରିଦେଇଥିଲେ। ଫଳରେ ସାପଟି ବାହାରକୁ ବାହାରି ପାରିନଥିଲା । ସାପକୁ ଦେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ନେକ ହେଲ୍ପଲାଇନକୁ ଜଣାଇଥିଲେ । ସାପଟି ଉକ୍ତ ଶ୍ରେଣୀଗୃହରେ ପ୍ରାୟ ତିନି ଘଣ୍ଟା ଧରି ବନ୍ଦ କୋଠରୀରେ ରହିଥିଲା । ଗଞ୍ଜାମରୁ ସ୍ନେକ ହେଲ୍ପଲାଇନର ଦୁଇ ଜଣ ସଦସ୍ୟ ରାମଚନ୍ଦ୍ର ସାହୁ ଏବଂ ଜଗନ୍ନାଥ ସାହୁ  ଆସି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com