ରଥଯାତ୍ରାରେ ପୁରୀ ପୌରାଞ୍ଚଳରେ ସମସ୍ତ ଭକ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା କରାଯିବ

ପୁରୀ : ଆଗାମୀ ରଥଯାତ୍ରା ପାଇଁ ଗୁରୁବାର ପ୍ରଥମ ସମନ୍ଵୟ ବୈଠକ ଅନୁଷ୍ଠିତ । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବି . ପରମେଶ୍ୱରମଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରଥଯାତ୍ରା ଓ ଶ୍ରୀଜଗନ୍ନାଥ ଧାମକୁ ନେଇ ସ୍ଵତନ୍ତ୍ର ଆପ୍ ସହ ୱେବ୍ ସାଇଟ୍ କରାଯିବାକୁ ନିଷ୍ପତ୍ତି ହୋଇଛି । CCTV, ଅତ୍ୟାଧୁନିକ ଡ୍ରୋନ୍ କ୍ୟାମେରା, AI କ୍ୟାମେରା ନଜରରେ ରହିବ ପୁରୀ । ରଥଯାତ୍ରା ସମୟରେ ପୁରୀ ପୌରାଞ୍ଚଳରେ ସମସ୍ତ ଭକ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା କରାଯିବ।
ସେହିପରି ରଥଯାତ୍ରା ସମୟରେ ୩୬୫ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ବିଶେଷ କରି ରଥ କାଠ ଯୋଗାଣ ,ରଥ ନିର୍ମାଣ ,ନୀତି ସଂପାଦନ ,ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ , ବିଦ୍ୟୁତ୍ ଯୋଗାଣ ଆଦି ୨୧ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ରଥଯାତ୍ରା ସମୟରେ ୧୪୦ଟି ଅଧିକ ଶଯ୍ୟା, ୩୩ଟି ଆଶୁ ଚିକିତ୍ସା କେନ୍ଦ୍ର ଓ ୫ ଜଣ ଫୁଡ୍ ଇନ୍ସପେକ୍ଟର ଆସିବେ ବୋଲି ନିଷ୍ପତ୍ତି ହୋଇଛି । ଆଜି ଅନୁଷ୍ଠିତ ପୁରୀ ଟାଉନ ହଲରେ ବସିଥିବା ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ରେଳବାଇ ଆରକ୍ଷୀ ଅଧିକ୍ଷକ SP ଓ ପ୍ରମୁଖ ଉପସ୍ଥିତ ଥିଲେ ।